ପାରଳାରେ ନାଗ ଚତୁର୍ଥି ମହା ସମାରୋହରେ ପାଳିତ

ପାରଳାଖେମୁଣ୍ଡି,-(ତାରିଣୀ ପ୍ରସାଦ ପଣ୍ଡା) ଆଜି ପବିତ୍ର ନାଗ ଚତୁର୍ଥି । ଏହି ଦିନ ସର୍ପ ପୂଜା କରାଯାଏ । ପାରଳାଖେମୁଣ୍ଡି ସହରର ବିଭିନ୍ନ ଶିବାଳୟ ଓ ଅନ୍ୟ କେତେକ ଅଂଚଳରେ ସର୍ପ ବାସ କରୁଥିବା ଉଇହୁଙ୍କା ଗୁଡିକରେ ଆଜି ବିଭିନ୍ନ ଭାବେ ସାଜସଜା କରାଯାଇ ଅତ୍ୟନ୍ତ ଭକ୍ତିପୁତ ଭାବେ ପୂଜାର୍ଚ୍ଚନା କରାଯାଇଥିଲା । ଏଥିନେଇ ଆଜି ସକାଳୁ ସକାଳୁ ବିଶେଷ କରି ମହିଳା ଭକ୍ତମାନେ ଏହି ଉଇହୁଙ୍କା ନିକଟରେ ପହଂଚି ସର୍ପଦେବଙ୍କୁ ଫୁଲ, ଚନ୍ଦନ, ଦୀପଧୂପ, ଆଦି ପ୍ରଦାନ କରି ସର୍ପଦେବଙ୍କ ଅତ୍ୟନ୍ତ ପ୍ରିୟ କ୍ଷୀର ଓ ଅଣ୍ଡାକୁ ଉଇହୁଙ୍କା ମଧ୍ୟରେ ପକାଇ ନଡିଆ ଭାଙ୍ଗି ଅତ୍ୟନ୍ତ ଭକ୍ତିପୁତ ଭାବେ ପୂଜାର୍ଚ୍ଚନା କରିଥାନ୍ତି । ଛୋଟ ପିଲାରୁ ବୁଢାବୁଢୀଙ୍କ ପ୍ରର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଶ୍ରେଣୀର ଲୋକେ ଏଠାରେ ପହଂଚି ପୂଜାର୍ଚ୍ଚନା କରିବା ସହ ବାଣ ଫୁଟାଇ ଆନନ୍ଦ ଆସର ଜମାଇ ଥାନ୍ତି । ଅନେକେ ଆଜି ଏଠାରେ ଭୋଜିଭାତ କରି ଦିନ କଟାଇଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ