ଛାତ୍ରଛାତ୍ରୀ ଶିଖିଲେ ଆଇନର ଜଟିଳ ପାଠ

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ): ବ୍ରହ୍ମପୁରସ୍ଥିତ ଗଞ୍ଜାମ ଆଇନ ମହାବିଦ୍ୟାଳୟ ଗୁରୁବାର ସ୍ୱତନ୍ତ୍ର ମୁଟ କୋର୍ଟ କ୍ଲାସ ଅନୁଷ୍ଠିତ ହୋଇଯାଇଛି । ଏହି ଗଞ୍ଜାମ ବାର ଆସୋସେସିଅନର ବରିଷ୍ଠ ଆଇନଜୀବୀ ଶ୍ରୀହର୍ଷ ପ୍ରସାଦ ଦାସ ରିସୋର୍ସ ପର୍ସନଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆଇନ ସମ୍ପର୍କରେ ବିଭିନ୍ନ ଗୁରୁତ୍ୱ ତଥ୍ୟ ପ୍ରଦାନ କରି କହିଥିଲେ , ମୁଟ କୋର୍ଟର ଅଭ୍ୟାସ ଦ୍ୱାରା ଜଣେ ଛାତ୍ର ଏକ ଆଦର୍ଶ ଆଇନଜୀବି ହୋଇପାରିବ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବିବେକା ନନ୍ଦ ଛୋଟରାୟ, ସମ୍ପାଦକ ସରୋଜ କୁମାର ସାମନ୍ତ, ମନୋଜ ସାମନ୍ତ, ମୁକେଶ ସାମନ୍ତ ,ସୁଜାତା ରଥ, ନମିତା ପଣ୍ଡା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମରେ ସହେଯାଗ କରିଥିଲେ । ଆଗାମୀ ଦିନରେ ଗଞ୍ଜାମ ଆଇନ ମହାବିଦ୍ୟାଳ୍ୟର ପ୍ରତିଷ୍ଟାତା ସ୍ୱର୍ଗତ ନଳିନୀ ଜେନା ସାମନ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ କଲେଜ ମୁଟ କୋର୍ଟ ପ୍ରତିଯୋଗୀତା ଅନୁଷ୍ଠିତ ହେବାକୁ ଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ