୨୦୧୯ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦିବସ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ମହାବାତ୍ୟାର ସ୍ମାରକୀଭାବେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ରାଜ୍ୟ ବିପର୍ଯ୍ୟୟ ଦିବସ ତଥା ଜାତୀୟ ପ୍ରଶମନ ଦିବସ ୨୦୧୯ ବୁଧବାର ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ୍ଣଳ ସୁଦର୍ଶନ ଚକ୍ରବର୍ତ୍ତୀ ପତାକା ଦେଖାଇ ଏହି ରାଲିକୁ ଶୁଭାରମ୍ଭ କରିଥିଲେ ।ଏହି ପରିପ୍ରେକ୍ଷିରେ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ପବ୍ଳିକ ହାଇସ୍କୁଲରୁ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ଏଥିସହ ଜିଲ୍ଳାପାଳ କାର୍ଯ୍ୟାଳୟ ନିକଟରେ ଏନ୍ ଡି ଆର ଏଫ୍ ଏବଂ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ନିଜକୁ ସୁରକ୍ଷିତ ରଖିବା ସହ ଅତ୍ୟାଧୁନିକ କୈାଶଳରେ ଯନ୍ତ୍ରାଶଂର ବିଭିନ୍ନ ପ୍ରଦର୍ଶନ କରିଥିଲେ । ଏହା ସହ ଜିଲ୍ଲାପାଳ ବିଭିନ୍ନ ଯନ୍ତ୍ରାଶରେ ବ୍ୟବହାର ସଂପର୍କରେ ଜାଣିଥିଲେ । ଓ ଏଥିସହ ସ୍ତିତି ଓ ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ମହାବାତ୍ୟାର ବକୃତା , ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ସମେତ ବହୁ ଅଧିକାରୀ ଉପସ୍ଥିିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ