୫୫୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ
ଭାରତ ହେଉଛି ମନ୍ଦିରର ଦେଶ । ଏଠାରେ ଥିବା ମନ୍ଦିରରେ ଅନେକ ଅଲୌକିକ ଘଟଣା ଘଟିଥାଏ । ଯାହାର ଉତ୍ତର ଆଧୁନିକ ବିଜ୍ଞାନ ଦେବାକୁ ସକ୍ଷମ ହୋଇନଥାଏ । ସେହିପରି ମଧ୍ୟପ୍ରଦେଶ ମନସା ସହର ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଅହ୍ଲେଡ ଠାରେ ରହିଛି ‘ଆଈ ଜୀ ମାତା’ଙ୍କ ମନ୍ଦିର । ମନ୍ଦିରର ୫୫୦ ବର୍ଷ ଧରି ଏକ ଦୀପ ଜଳୁଛି । ଅଖଣ୍ଡ ଦୀପ କେବେ ବି ମଧ୍ୟ ଲିଭି ନାହିଁ ବୋଲି ଅଞ୍ଚଳର ପୁରୁଖା ଲୋକେ କୁହନ୍ତି । ଦୀପରୁ କଳା ପରିବର୍ତ୍ତେ କେଶର ଠୋପା ନିର୍ଗତ ହୁଏ । ଏହାକୁ ଶ୍ରଦ୍ଧାଳୁ ମା’ଙ୍କ ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି । କେଶରକୁ ଆଖିରେ ଲଗାଇଲେ ବିଭିନ୍ନ ଆଖି ରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପ୍ରତି ଦିନ ମନ୍ଦିରରେ ଦେଶର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ ।


