ମଧୁମେହ ଓ ଥାଇରଡ଼ ରୋଗର ନିରାକରଣ ଉପରେ କର୍ମଶାଳା
ଗଂଜାମ,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମଧୁମୟ ଓ ଥାଇରଡ଼ ର କାରଣ ଓ ନିରାକାରଣ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଧୁମେହ ରୋଗର ବରିଷ୍ଠ ବିଶେଷଜ୍ଞ ଡାକ୍ତର ସୁନିଲକୁମାର କୋଟା ଯୋଗ ଦେଇ ମଧୁମୟ ରୋଗର କାରଣ ଓ ନିରାକରଣ ଜୀବନ ଶୈଳୀ ର ଉପରେ ଆଲୋକପାତ କରିଥିଲେ। ଆଳସ୍ୟତା, ମେଧବହୁଳତା, ଅଧୁନିକଖାଦ୍ୟ ପ୍ରଣାଳି ଖାଦ୍ୟ ତଥା ଜଙ୍ଗଫୁଡ଼, ତେଲଭଜା ଖାଦ୍ୟ , ନିଶାଦ୍ରବ୍ୟ , ଖାଦ୍ୟ ଠାରୁ ଦୂରେଇ ରହିବା ସହ ଖାଇବା ରେ ବହୁପରିମାଣ ରେ ସଜପନି ପରିବା ସାଲେଟ ଖାଇବା ସହ ପ୍ରତିଦିନ ସକାଳେ ଅନ୍ତତଃ ପ୍ରତିଦିନ ସକାଳେ ଅନ୍ତତଃ ଅଧଘଣ୍ଟା ପ୍ରାତଃ ଭ୍ରମଣ କରିବା ଦ୍ୱାରା ଏହି ରୋଗ ହୋଇନଥାଏ । ବିଶେଷ କରି ବଂଶାନୁକ୍ରମିକ ଭାବେ ଏହି ରୋଗ ହେବା ସହ ମାନସିକ ଚାପ ଓ ଆଧୁନିକତା ଜୀବନ ଶୈଳୀ ଏହାର ଅନ୍ୟ ଏକ କାରଣ ହୋଇଥାଏ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ । ପରେ ଉପସ୍ଥିତ ଲୋକଙ୍କ ବିଭିନ୍ନ ପ୍ରଶ୍ନ ରଉତ୍ତର ଦେଇଥିଲେ । ଏହି ଅବସରରେ ଶିଶୁମନ୍ଦିର ପରିଚାଳନା କମିଟିର ସମ୍ପାଦକ ବିନୋଦ ଚନ୍ଦ୍ର ମହାପାତ୍ର, ସମ୍ପାଦକ ତଥା ଅଧ୍ୟାପକ ଗିରିଷ କୁମାର ଆଚାର୍ୟ୍ୟ ମଞ୍ଚାସିନ ଥିଲେ ।ପ୍ରାରମ୍ଭରେ ପ୍ରଧାନଆଚାର୍ୟ୍ୟ ପତିତପାବନ ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଏହି ଅବସରରେ ବିଦ୍ୟାଳୟ ର ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧୁମୟ ଓ ଡାଇବେଟିସ ପରୀକ୍ଷା କରାଯାଇଥିଲା । ସମସ୍ତ ଆଚାର୍ୟ୍ୟ ଓ ଅଚର୍ୟ୍ୟଆ ସହଯୋଗ କରିଥିଲେ ।


