ସୁନ୍ଦରାପାଳ ଛକରୁ ବୁଲେଟ ଚୋରୀ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ସୋସୋ ଥାନା ଅଧିନସ୍ଥ ସୁନ୍ଦରାପାଳ ଛକରୁ ଗତକାଲି ରାତିରେ ଏକ ବୁଲେଟ ଚୋରୀ ଯାଇଥିବାନେଇ ସୋସୋ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ବଳରାମ ମଲ୍ଲିକ ସବୁଦିନ ପରି ଗତକାଲି ତାଙ୍କ ଓଡି୩୪ଇ୦୦୨୪ ନମ୍ବର ବିଶିଷ୍ଟ ବୁଲେଟଟିକୁ ତାଙ୍କ ସୁନ୍ଦରାପାଳ ଘର ଭିତରେ ଭର୍ତ୍ତି କରିଦେଇ ଅନ୍ୟ ଏକ ବାଇକରେ ନିଜଗ୍ରାମ ଭେଡିସାହିକୁ ଆସିଥିଲେ । ଏହାର ସୁଯୋଗ ନେଇ କେହି ଦୁର୍ବୁତ ଘରର କବାଟ ଭାଙ୍ଗି ଘରଭିତରୁ ବୁଲେଟ ଟିକୁ ଚୋରୀ କରିନେଇଯାଇଛି । ଅନେକ ସ୍ଥାନରେ ଖୋଜ ଖବର ନେବାପରେ ବୁଲେଟର କୌଣସି ସନ୍ଧାନ ନମିଳିବାରୁ ବଳରାମ ମଲ୍ଲିକ ଆଜି ସୋସୋ ଥାନାରେ ଚୋରୀ ସମ୍ବନ୍ଧରେ ଅଭିଯୋଗ କରିଛନ୍ତି ।


