ଚାଇଲ୍ଡ ଲାଇନ ଦ୍ୱାରା ଦୁଇ ଅନାଥ ଶିଶୁ ଉଦ୍ଧାର ହେଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦର ମହକୁମାର ଖ୍ରୀଷ୍ଟିୟାନ ସାହିର ଦୁଇ ଜଣ ପିଲା ସେମାନେ ହେଲେ ମୁନ୍ନା ପାସୁପୁରେଡ୍ଡି (୧୪) ସୁନୀଲ ପାସୁପୁରେଡ୍ଡି (୧୨) । ତାଙ୍କ ମାଆଙ୍କ ୨୦୧୫ ମସିହାରେ ମୃତ୍ୟୁ ହୋଇଥିବା ବେଳେ ବାପା ତୋଫାନ ପାସୁପୁରେଡ୍ଡୀ (୩୫) ଗତ ଶନିବାର ମୃତ୍ୟୁ ହୋଇଥିଲା । ଯାହା ଫଳରେ ଦୁଇ ଶିଶୁ ବେସାହାରା ହୋଇଥିଲେ । ଖବର ପ୍ରସାରଣ ପରେ ଚାଇଲ୍ଡ ଲାଇନ୍‌ର କେନ୍ଦ୍ର ସଂଯୋଜଗ ନାଗେଶ୍ୱର ଚୌଧୁରୀଙ୍କ ତତ୍ତ୍ୱାବଧାନରେ ଉକ୍ତ ପିଲାଙ୍କ ପାଖରେ ଚାଇଲ୍ଡ ଲାଇନ୍ ଟିମର ସଦସ୍ୟ ଟି. ସୁରେଶ କୁମାର ଓ ରାଜୁ ଶବର ଦୁଇ ଜଣ ପହଞ୍ôଚସେମାନଙ୍କୁ ଉଦ୍ଧାର କରି ନେଇଥିବାର ଜଣାପଡିଛି । ସେ ମାନେ ଚାଇଲ୍ଡ ଲାଇନରେ ରାତ୍ର ରହିବା ପରେ ସେମାନଙ୍କୁ ଶିଶୁ ମଙ୍ଗଳ ସମତି ନିର୍ଦ୍ଦେଶ କ୍ରମେ ଗୁମ୍ମା ସ୍ଥିତ ଥିବା ନିଶାନ ସାଲୁମ ସେଣ୍ଟରକୁ ଆଜି ବୁଧବାର ନିଆଯାଇଛି ବୋଲି ଶ୍ରୀ ଚୌଧୁରରୀ ସୂଚନା ଦେଇଛନ୍ତି । ଉଭୟଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦର ଠାରେ ତୋଫାନ ପାସୁପୁରେଡ୍ଡୀ (୩୫) ନାମକ ଜଣେ ବ୍ୟକ୍ତି ନିଜ ବସଗୃହ ନଥିବା ହେତୁ ଦୁଇ ପିଲାଙ୍କ ସହତି ରାୟଗଡ ମୁଖ୍ୟ ସଡକ ସ୍ଥିତ ଯାତ୍ରୀ ବିଶ୍ରାମଗାରରେ ରହି କୁଲି ନାଲି କରି ନିଜର ପରିବାର ପ୍ରତି ପୋଷଣ କରି ଆସୁଥିଲେ । ତାଙ୍କ ଧର୍ମପତ୍ନୀଙ୍କ ଦେହାନ୍ତ ପରେ ଉକ୍ତ ଯାତ୍ରୀ ବିଶ୍ରାମଗାରରେ ରହି ପିଲାଙ୍କ ଭରଣପୋଷଣ କରୁଥିଲେ । ହେଲେ ସେ ଗତ କିଛି ଦିନ ହେବ ରୋଗାକ୍ରାନ୍ତ ହୋଇପଡି ବିକ୍ଷା ବୃତ୍ତିକୁ ଆପଣାଇ ପୁଅଙ୍କ ଦେଖଣାହାରି କରୁଥିଲେ । ହେଲେ ଶନିବାର ଦିନ ତାଙ୍କ ମୃତ୍ୟୁ ଘଟିଥିଲା । ମୃତ ଦେହ ସେମିତି ଯାତ୍ରୀ ବିଶ୍ରାମଗାରରେ ପଡି ରହିଥିଲା । ଶବ ସତ୍କାର କରିବା ପାଇଁ ତାଙ୍କ ଦୁଇ ପୁଅ ପାଖରେ କିଛି ଅର୍ଥ ନଥିଲା । ବିନା କାହାରି ସାହାର୍ଯ୍ୟରେ ସେମାନେ ହତବାକ ହୋଇପଡିଥିଲେ । ଏହି ସମୟରେ ରାୟଗଡର କିଛି ସମାଜସେବୀ ମାନେ ଏକତ୍ରିତ ହୋଇ ଘର ଘର ବୁଲି ଚାନ୍ଦା ଆଦାୟ କରି ରୀତି ନୀତି ଅନୁସାରେ ଶବ ସତ୍କାର କରିଥିଲେ । ଯାହାକୁ ନେଇ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ବୁଦ୍ଧିଜୀବୀମାନେ ବିଭିନ୍ନ ମତପୋଷଣ କରିଥିଲେ । ହେଲେ ଗଜପତି ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ନିକ୍ଷେପ କରି ଉଚିତ ପଦକ୍ଷେପ ନେଇଥିବାରୁ ସବୁ ମହଲରେ ପ୍ରଶଂସିତ ହୋଇପାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ