ବିଦ୍ୟୁତ୍ ସଂସ୍ପର୍ଶରେ ଯୁବ ଚାଷୀ ମୃତ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ କୁସୁମି ଗାଁର ଯୁବ ଚାଷୀ ବିଦ୍ୟୁତ ସ୍ପର୍ଶରେ ମୃତ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଯେ କୁସୁମି ଗ୍ରାମର ସୂର୍ୟ୍ୟମଣି ଗିରିଙ୍କ ବଡ ପୁଅ ବିମ୍ବାଧର ଗିରି(୨୮) ବୁଧବାର ସକାଳେ ବିଲକୁ ପାଓ୍ବାର ଟିଲର ନେଇ ବିଲରେ କାଦୁଅ ହଳ କରିବାକୁ ଯାଇଥିଲେ ।ବିଲରେ ହଳ କରି ଘରକୁ ପାଓ୍ବାର ଟିଲର ଆଣିଥିଲେ ।ପାଓ୍ବାର ଟିଲର କାଦୁଅ ହୋଇ ଯାଇଥିବାରୁ ଟୁଲୁ ପମ୍ପ ସାହାଯ୍ୟରେ ଧୁଆସଫା କରୁଥିବା ସମୟରେ ବିଦ୍ୟୁତ ସ୍ପର୍ଶରେ ଆସିଥିଲେ ।ବଡଭାଇ ପାଟି କରିବାରୁ ସାନ ଭାଇ ଦୌଡି ଯାଇ ସୁଇଚ ଅଫ କରିଥିଲେ ।ହେଲେ ସେତେବେଳକୁ ସେ ଟଳି ପଡିଥିଲେ ।ଘଟଣାଟି ୨.୩୦ଟା ପାଖାପାଖି ହେବ। ।ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ ।ଡାକ୍ତର ମୃତ ଘୋଷଣା କରିଥିଲେ ।ସେ ଗତ ବର୍ଷ। ବିବାହ କରିଥିଲେ ।ତାଙ୍କର ସ୍ତ୍ରୀ ଗର୍ଭବତୀ ଅଛନ୍ତି ।ତାଙ୍କର ମୃତ୍ୟୁରେ ପରିବାର ଓ ଆତ୍ମୀୟଙ୍କ କ୍ରନ୍ଦନ ଚିତ୍କାରରେ ରାଇରଙ୍ଗପୁର ଡାକ୍ତରଖାନା ଉଠୁଛି ପଡୁଛି ।ବାଦାମପାହାଡ ଥାନା ପୋଲିସ ଏପର୍ୟ୍ୟନ୍ତ ପହଞ୍ଚି ନାହାନ୍ତି ।


