ଭୁବନେଶ୍ୱରରେ କଲାମଙ୍କ ନାମରେ ହେବ ପାର୍କ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଦ୍ୱାରା ସ୍ଥାନୀୟ କଳିଙ୍ଗନଗର କେ-୮ ଅଞ୍ଚଳରେ ନିର୍ମାଣ ହେଉଥିବା ପାର୍କକୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍‌ କଲାମଙ୍କ ନାମରେ ନାମିତ କରାଯିବ। ଏନେଇ ବିଡିଏ ପକ୍ଷରୁ ଟୁଇଟ୍‌ କରି ଜଣାଯାଇଛି। କଳିଙ୍ଗ ନଗରଠାରେ ୧୨ ଏକର ପରିମିତ ଅଞ୍ଚଳରେ ତିଆରି ହେଉଥିବା ପାର୍କର ନିର୍ମାଣ କାର୍ଯ୍ୟ ଆସନ୍ତା ମାସକ ମଧ୍ୟରେ ଶେଷ ହେବ ବୋଲି ଆଶା ରଖାଯାଇଛି। ଭାରତର ମିଶାଇଲ ମ୍ୟାନ ବୋଲି କୁହାଯାଉଥିବା କଲାମଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ସ୍ବରୂପ ତାଙ୍କ ନାମରେ ପାର୍କର ନାମକରଣ କରାଯିବାକୁ ବିଡିଏ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ପାର୍କ କେବଳ ସହରର ସାୈନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହେବ ତାହା ନୁହେଁ ବରଂ କଲାମଙ୍କ ଭଳି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ବିଷୟରେ ଯୁବଗୋଷ୍ଠୀ ଅଧିକରୁ ଅଧିକ ଜାଣିବାକୁ ଉତ୍ସାହିତ ହେବେ। ଭୁବନେଶ୍ୱରରେ ଏହା ହେଉଛି ପ୍ରଥମ ପାର୍କ, ଯାହାକି କଲାମଙ୍କ ନାମରେ ନାମିତ ହେବାକୁ ଯାଉଛି ବୋଲି ବିଡିଏର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ