ଦୁଇ ଓଡ଼ିଆ ହକି ଖେଳାଳିଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଟୋକିଓ ଅଲି୍‌ମ୍ପିକ୍ ରେ ଦେଶ ପାଇଁ ପଦକ ଆଣିଥିବା ଭାରତୀୟ ହକି ଟିମ୍ ରେ ରହିଛନ୍ତି ୨ ଜଣ ଓଡିଆ ଖେଳାଳି । ହକି ଟିମ୍ ର ଏହି ବିଜୟ ପରେ ୨ ଓଡ଼ିଆ ଖେଳାଳିଙ୍କ ପରିବାର ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ ଅମିତ ରୋହିଦାସଙ୍କ ଭାଇ ଓ ମା’ଙ୍କ ସହ କଥାହୋଇ ମୁଖ୍ୟମନ୍ତ୍ରୀ ବଧେଇ ଜଣାଇଛନ୍ତି । ଅମିତଙ୍କ ପରିବାର ଖୁବ୍ ଖୁସି ଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିବା ବେଳେ ଅମିତ ଖୁବ ଭଲ ପ୍ରଦର୍ଶନ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।ସେହିପରି ଲାଠିକଟା ବ୍ଲକ କାର୍ଯ୍ୟାଳୟରୁ ବିରେନ୍ଦ୍ର ଲାକ୍ରାଙ୍କ ପରିବାର ସହ ମୁଖ୍ୟମନ୍ତ୍ରୀ ଭିସି ଜରିଆରେ କଥାବାର୍ତା ହୋଇଥିଲେ । ବୀରେନ୍ଦ୍ରଙ୍କ ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ