ନାବାଳିକାକୁ ଅପହରଣ ଅଭିଯୋଗରେ ଦୁଇ ଜଣଙ୍କୁ ଜେଲ୍

ନିମାପଡା (ସନ୍ତୋଷ ଦାଶ ): ପୁରୀ ଜିଲ୍ଲା ନିମାପଡା ଥାନା ଚାରିଛକ ଫାଣ୍ଡି ଅନ୍ତର୍ଗତ କୁସୁମl ଠେଙ୍ଗ ଗ୍ରାମ ର ଜୈନିକା ନା ବାଳିକା କୁ ଅପହରଣ କରିନିଆଯାଇଥିବା ପୋଲିସ ରେ ଅଭିଯୋଗ ହୋଇଥିଲା l ଘଟଣା ର ତଦନ୍ତ କରି ଚାରିଛକ ଫାଣ୍ଡିଅଧିକାରୀ ସନ୍ତୋଷ ସାହୁ ଉକ୍ତ ନାବାଳିକା କୁ ଗଞ୍ଜାମ ଜିଲ୍ଲା ଗୋପାଳ ପୁର ଥାନା ମାଣ୍ଡିଆପଲ୍ଲୀ ଗ୍ରାମ ରୁ ଉଦ୍ଧାରକରି ଆଣି ତାର ପରିବାର କୁ ହସ୍ତାନ୍ତର କରିବା ସହିତ ନାବାଳିକା କୁ ଅପହରଣ କରିଥିବା କୁସୁମl ଠେଙ୍ଗ ଗ୍ରାମର ରୁକସlନl ବିବି ଓ ଘରେ ଲୁଚାଇରଖିଥିବା ମାଣ୍ଡିଆପଲ୍ଲୀ ଗ୍ରାମ ର ମସ୍ତାନମୀର ଙ୍କୁ ଗିରଫ କରି ନିମାପଡା କୋଟ କୁ ଚାଲାଣ କରିଛନ୍ତି l ମାନ୍ୟବର କୋଟ ଅଭିଯୁକ୍ତ ଙ୍କ ଜାମିନ ଆବେଦନ କୁ ନାକଚ କରି ସେମାନଙ୍କୁ ଜେଲ ପଠାଇଦେଇଛନ୍ତି l ଏ ସଂକ୍ରାନ୍ତ ରେ ନିମାପଡା ଥାନାରେ 272/21 ରେ ଏକ ମାମଲା ରୁଜୁ ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ