ଖାଦ୍ୟ ସୁରକ୍ଷାରୁ ବଂଚିତ ଅନୁସୂଚିତ ଜାତିର ପରିବାର

ବନ୍ତ, (ଚାନ୍ଦିନୀ ମହାନ୍ତି) : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଣୟନର ଦୀର୍ଘ ବର୍ଷ ବିତି ଯାଇଥିଲେ ବି ଏହାର ମହତ ଉଦ୍ଦେଶ୍ୟ ପୂରଣ ହେବାରେ ଏବେବି ବିଭିନ୍ନ ବାଧା ଓ ପ୍ରତିବନ୍ଧକ ସଫଳ ରୂପାୟନ କରାଇ ଦେଉନାହିଁ । ବନ୍ତ ବ୍ଲକର କେତେକ ଗ୍ରାମ ପଞ୍ଚାୟତରେ ପ୍ରକୃତ ହିତାଧିକାରୀ ବିଶେଷ ଭାବେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ଏଥିରୁ ବାଦ ପଡିଥିବା ନେଇ ଅଭିଯୋଗ ହୋଇଛି । ଏପରି ଉଦାହରଣ ଦେଖିବାକୁ ମିଳିଛି ଗୋପିନାଥପୁର ପଞ୍ଚାୟତ ୧୨ନଂ.ୱାର୍ଡ ଯେନା ସାହିରେ । ରାସନ କାର୍ଡ ନଂ-୦୪୦୪୦୮୧୧୧୩୮ରେ ପରିବାରର ମୁଖ୍ୟ ଟୁନା ଯେନା(୨୫), ସ୍ୱାମୀ କାଙ୍ଗାଳି ଯେନା(୫୦), ପୁଅ ମାନସ(୨୯), ସଞ୍ଜୟ(୨୫), ଝିଅ ଶୋଭା(୪୫) ଥିବା ବେଳେ ମାନସଙ୍କ ପତ୍ନୀ ଝୁନା(୩୧), ପୁଅ କାର୍ତ୍ତିକ(୮), ଭାଗିରଥି(୭), ସଂଜୟଙ୍କ ପତ୍ନୀ ସାବିତ୍ରୀ(୨୮), ପୁଅ ଆୟୁଷ(୫), ମହେଶ(୪)ଙ୍କ ନାମ ରାସନ କାର୍ଡରେ ନଥିବାରୁ ରାସନ ସାମଗ୍ରୀ ପାଇବାରୁ ଖାଦ୍ୟ ସୁରକ୍ଷାରୁ ବଂଚିତ ଅନୁସୂଚିତ ଜାତିର ପରିବାର ହୋଇ ଆସୁଛନ୍ତି । ଅପରପକ୍ଷେ ଟୁନା ଯେନା ପରିବାର ମୁଖ୍ୟ ଥିବା କାର୍ଡରେ ପ୍ରକୃତରେ ପରିବାର ମୁଖ୍ୟ ଶୋଭା ଯେନା ରହିବା କଥା । ମାତ୍ର କାର୍ଡରେ ଶୋଭା ଯେନାଙ୍କୁ ଝିଅ ବୋଲି ଉଲ୍ଲେଖ କରାଯାଇଛି । ଟୁନା ଯେନା ଶୋଭା ଯେନାଙ୍କର ଭଣଜା ଅଟନ୍ତି । ସେହିପରି ରାସନ କାର୍ଡ ନଂ.୦୪୦୪୦୮୧୧୨୧୪ରେ ପରିବାରର ମୁଖ୍ୟ କମଳା ଯେନା(୬୦), ସ୍ୱାମୀ ପଦ୍ମଲୋଚନ(୬୫), ପୁଅ ଖଗେଶ୍ୱର(୩୩), ଜ୍ୱାଇଁ ପଦ୍ମନାଭ(୪୨), ଝିଅ କୌଶଲ୍ୟା(୩୨), ଝିଅର ପୁଅ ଅର୍ଥାତ ନାତି ସୁଶାନ୍ତ ନାମ ରହିଛି । ମାତ୍ର କାର୍ଡରେ ଝିଅ ପଦ୍ମନାଭ ଓ ଜ୍ୱାଇଁ କୌଶଲ୍ୟା ବୋଲି ଉଲ୍ଲେଖ ରହିଛି । ଏହି କାର୍ଡରେ ଖଗେଶ୍ୱରଙ୍କ ପତ୍ନୀ ଗୀତାଞ୍ଜଳୀ(୨୫), ନାତୁଣୀ ଅପରାଜିତା(୧୪), ନାତି ସୁଧାଂଶୁ(୪)ଙ୍କ ନାମ ସଂଯୋଗ ହୋଇନାହିଁ । ଫଳରେ ସେମାନେ ରାସନ ସାମଗ୍ରୀ ପାଇବାରୁ ଖାଦ୍ୟ ସୁରକ୍ଷାରୁ ବଂଚିତ ଅନୁସୂଚିତ ଜାତିର ପରିବାର ହୋଇଛନ୍ତି । ଏସଂପର୍କରେ ଉଭୟ ପରିବାର ବ୍ଲକ ଯୋଗାଣ ଅଧିକାରୀଙ୍କ ଠାରେ ଅଭିଯୋଗ କରିବା ପରେ ଗ୍ରାମ ପଞ୍ଚାୟତର ମୃତ୍ୟୁ ଓ ବିବାହିତ ଝିଅ ମାନଙ୍କର ତାଲିକା ଆଣି ଦେଲେ ବାଦ ପଡିଥିବା ସଦସ୍ୟ ମାନେ ଖାଦ୍ୟ ସୁରକ୍ଷାରେ ସାମିଲ ହୋଇ ପାରିବେ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ