କାଠଯୋଡ଼ି ନଦୀରେ ଭାସି ଯାଇ ୨ ଜଣ ନିଖୋଜ
କଟକ, (ଦୀପକ୍ କୁମାର ବେଉରା):କଟକ ଜିଲ୍ଲା ବାରଙ୍ଗ ନିକଟରେ କାଠଯୋଡ଼ି ନଦୀରେ ଭାସି ଯାଇ ୨ ଜଣ ପିଲା ନିଖୋଜ ହୋଇ ଯାଇଛନ୍ତି । ତ୍ରିଶୁଳିଆ ନିକଟ ମୁଣ୍ଡମୁହାଣ ଘାଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆଜି କାଠଯୋଡ଼ି ନଦୀରେ ଗାଧୋଉ ଥିବାବେଳେ ଗୋଡ଼ ଖସିଯିବାରୁ ୪ ଜଣ ଭାସି ଯାଇଥିଲେ । ସ୍ଥାନୀୟ ଲୋକମାନେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ଭାସି ଯାଇ ଏକ ବୁଦା ମୂଳରେ ଲାଗି ଥିଲେ ସେମାନଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ୨ ଜଣ ନିଖୋଜଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି । ଅଗ୍ନିଶମ ବାହିନୀ ଦୀର୍ଘ ସମୟ ଧରି ଖୋଜାଖୋଜି କରି ଜଣଙ୍କର ମୃତଦେହ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣଙ୍କର କୌଣସି ପତ୍ତା ମିଳି ପାରି ନାହିଁ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି ।