ଭାରସାମ୍ୟ ହରାଇ ଓଲଟିଲା କାର
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅଧିନ ବନ୍ତ-ବାରିକପୁର ରାସ୍ତାର ଖମଣ ପୋଲର ଅନତିଦୂରରେ ଏକ କାର ଭାରସାମ୍ୟ ହରାଇ ନୟନଜୋରୀ ତଳକୁ ଖସି ପଡିଛି । ଏଥିରେ ଥିବା ଯାତ୍ରୀ ମାନେ ସାମାନ୍ୟ ଆହତ ହୋଇଥିବା ବେଳେ ସୁରକ୍ଷିତ ଥିବା ଜଣାଯାଇଛି । ପ୍ରକାଶ ଯେ, ଉକ୍ତ ରାସ୍ତାରେ ଏକ କାର ୩ ଜଣ ଯାତ୍ରୀଙ୍କୁ ନେଇ ବନ୍ତରୁ କେନ୍ଦୁଆପଦା ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା ଯାତ୍ରୀ ମାନେ ସାମାନ୍ୟ ଆହତ ହୋଇଥିଲେ । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ପରେ ସେମାନେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାଯାଇଛି ।