ବେଆଇନ୍ ଅର୍ଥ କାରବାର ମାମଲା, ଭଦ୍ରାଙ୍କ ଜାମିନ୍ ଆବେଦନ ଅଗ୍ରାହ୍ୟ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରା ଓ ତାଙ୍କ ସହଯୋଗୀ ମନୋଜ ଅରୋରାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଦିଲ୍ଳୀ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି । ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ବିନୋଦ ଗୋଏଲ୍ଙ୍କ ଖଣ୍ଡପୀଠରେ ଆଜି ଏହି ମାମଲା ଉପରେ ଶୁଣାଣି ହୋଇଥିବା ବେଳେ ଖଣ୍ଡପୀଠ ସେମାନଙ୍କ ଅନ୍ତରୀଣ ଜାମିନ୍ ଆବେଦନକୁ ଖାରଜ କରିବା ସହ ରବର୍ଟଙ୍କ ମାମଲାରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବେଆଇନ ଅର୍ଥ କାରବାର ଆଇନ୍ ଅନ୍ତର୍ଗତ ଜାମିନ ସମ୍ପର୍କୀତ ନିଜ ଯୁକ୍ତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୨ତାରିଖକୁ ଧାର୍ଯ୍ୟ କରାଯାଇଛି । ଏହି ସମୟ ସୁଦ୍ଧା କାହିଁକି ସେମାନଙ୍କ ଜାମିନ ଅବଧି ବୃଦ୍ଧି କରାଯିବ ସେନେଇ ଏକ ସତ୍ୟପାଠ ଦାଖଲ କରିବାକୁ ରବର୍ଟ ଓ ମନୋଜଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଯେ, ବେଆଇନ ଅର୍ଥ କାରବାର ଅଭିଯୋଗରେ ଭଦ୍ରାଙ୍କୁ ଇଡି ଅନେକଥର ଜେରା କରିସାରିଥିବା ବେଳେ ଆଗକୁ ଆହୁରି ପ୍ରଶ୍ନ କରିବାକୁ ବାକି ରହିଥିବା ଦର୍ଶାଇ ଇଡ଼ି କୋର୍ଟରେ ଭଦ୍ରାଙ୍କ ଅଗ୍ରୀମ ଜାମିନ ଆବେଦନକୁ ଖାରଜ କରିବାକୁ ଅନୁରୋଧ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ