ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ଆସେକା ପରିସରରେ ନୂତନ କାର୍ଯ୍ୟାଳୟର ଶିଳାନ୍ୟାସ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ଆଜି ବିଶ୍ବ ଆଦିବାସୀ ଦିବସ ।ଆଜିର ଦିବସରେ ଆଦିବାସୀ ଭାଇଭଉଣୀମାନେ ନନ୍ଦ ଉତ୍ସାହର ସହିତ ପାଳନ କରୁଛନ୍ତି । ଏହି ଦିବସରେ ରାଇରଙ୍ଗପୁର ସେକା କାର୍ଯ୍ୟାଳୟର ତରଫରୂ ସାନ୍ତାଳି ଲିପି ସ୍ରଷ୍ଟା ପତ୍ତ ରଘୁନାଥ ମୁର୍ମୁଙ୍କ ପୂଜାର୍ଚନା କରାଯାଇ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ଦିବସରେ ଆସେକା ପରିସରରେ ରାଜ୍ୟ ସରକାରଙ୍କ ତରଫରୁ ନୂତନ କାର୍ଯ୍ୟାଳୟର ,ଅତିଥି ଭବନ,ଅଫିସ ଗୃହର ଭିତ୍ତି ପ୍ରସ୍ତର ପାଇଁ ଅର୍ଥ ମଂଜୁର କରିଛନ୍ତି ।ଏହି ଶିଳାନ୍ୟାସ ଉତ୍ସବ ରାଜ୍ୟ ସରକାରଙ୍କ ତରଫରୁ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ବାରା ଶୁଭ ଉଦଘାଟିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଣବ ପ୍ରକାଶ ଦାସ ରାଇରଙ୍ଗପୁରର ମୁର୍ମୁ ଛକରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞଳି ଜ୍ଞାପନ କରିଥିଲେ ।ତାଙ୍କ ସହିତ ମୟୂରଭଂଜ (୨) ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି,କରଂଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ,ମୋରଡା ବିଧାୟକ ରାଜ କିଶୋର ଦାସ,ବିଜେଡି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କା,ସାରସକଣା-ରାଇରଙ୍ଗପୁର ବିଜେଡି ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ,ପୂର୍ବତନ ଉପବାଚଷ୍ପତି ସାନନ୍ଦ ମାରାଣ୍ଡି,ସାରକଣା ପୂର୍ବତନ ବିଧାୟକ ଭାଦବ ହାଁସଦା,ମୟୂରଭଂଜ ଲୋକସଭା ସାଂସଦ ପ୍ରାର୍ଥୀ ଡାକ୍ତର ଦେବାଶିଷ ମାରାଣ୍ଡି,ଯୁବ ପର୍ଯ୍ୟବେକ୍ଷକ ଶୁଭେନ୍ଦୁ ମଙ୍ଗରାଜ,ମୟୂରଭଂଜ (୨) ଯୁବ ବିଜେଡି ସଭାପତି ଅଭିଷେକ ପଟନାୟକ,ରାଜ୍ୟ ଯୁବ ବିଜେଡି ଯୁଗ୍ମ ସଂପାଦକ ଗଣେଶ ମିଶ୍ର ,ରାଜ୍ୟ ବିଜେଡି ଛାତ୍ର ସଂପାଦକ ବିକାଶ ମହାନ୍ତ,ମୟୂରଭଂଜ (୨) ଛାତ୍ର ବିଜେଡି ଉପସଭାପତି କମଳେଶ ବଳ ପ୍ରମୁଖ ଉପସ୍ଥିତ ଥିଲେ ।ଏକ ସଭା ଅନୁଷ୍ଠିତ ହୋଇଥିଲା ।ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ ସାରା ବିଶ୍ଫରେ ଆଦିବାସୀ ପରଂପରା ବିଶ୍ବରେ ଅନନ୍ୟ ।ନବିନ ସରକାର ଆଦିବାସୀଙ୍କ ଧର୍ମ,ସଂସ୍କୃତି,ପରଂପରା,ଭାଷା,ଶିକ୍ଷା ଓ ଅର୍ଥନୈତିକ ସ୍ବାବଲମ୍ବି ପାଇଁ ସଦା ସର୍ବଦା ତତ୍ପର ଅଛନ୍ତି ।ଏହି ଶିଳାନ୍ୟାସ କାର୍ୟ୍ୟକ୍ରମରେ ବହୁ ସଂଖ୍ୟକ ଆଦିବାସୀ ଭାଇ ଭଉଣୀ ଯୋଗ ଦେଇଥିଲେ ।ଆସେକାର ସଭାପତି ମନୋରଂଜନ ମୁର୍ମୁ ଏବଂ ସଂପାଦକ ଜୀତେନ୍ଦ୍ର ହାଁସଦା ପରିଚାଳନାରେ ସହଯୋଗ କରିଥିଲେ ।