ମାତ୍ରାଧିକ ମଦ ବେପାର ଓ ମଦ ଦୋକାନ ଖୋଲିବା ନେଇ କଂଗ୍ରେସର ତୀବ୍ର ବିରାଧ
କଟକ:(ଦୀପକ୍ କୁମାର ବେଉରା) କଟକ ସହରରେ ମାତ୍ରାଧିକ ମଦ ବେପାର ଓ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ତିବ୍ର ବିରୋଧ କଲା କଂଗ୍ରେସ । ସହରରେ ବୃଦ୍ଧି ପାଉଥିବା ମଦ ବ୍ୟବସାୟ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ଅବକାରୀ ନିର୍ଦ୍ଦେଶାଳୟ ସମ୍ମୁଖରେ ଆନ୍ଦୋଳନ କରିଛି ଦଳ । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ବରେ ଶତାଧିକ କର୍ମୀ ସାମିଲ ହୋଇ ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ ।ସ୍କୁଲ,କଲେଜ, ମନ୍ଦିର, ମସଜିଦ ସାମ୍ନାରେ ଖୁଲମଖୋଲା ମଦ ଦୋକାନ ଖୋଲାଯିବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ପାଈଁ ଦାବି କରିଛି ଦଳ । ଏଥିପାଇଁ ଆଜିର ଯୁବଗୋଷ୍ଠୀ ତଳିତଳାନ୍ତ ହେଉଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ସେହିପରି ଯଦି ଆଗାମୀ ଦିନରେ କଟକରେ ମାତ୍ରାଧିକ ମଦ ଦୋକାନ ଖୋଲିବା ନେଇ ଅବକାରୀ କମିଶନର ନିର୍ଦ୍ଦେଶ ଦିଅନ୍ତି, ତେବେ କଂଗ୍ରେସ ଏହାର ଉଚିତ ଜବାବ ଦେବା ନେଇ ମଧ୍ୟ ଚେତାବନୀ ଦେଇଛି ।