ବାଗଚୀ କ୍ୟାନ୍ସର ହସ୍ପିଟାଲ ଜମି ପାଇଁ ୨.୯୧ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ୍
ଭୁବନେଶ୍ୱର, (ୱାଇଏନ୍ଏସ୍): ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅନ୍ତର୍ଗତ ଚଣ୍ଡୀହତା (ଇନେଫାସିଟି -୨) ଠାରେ ବାଗଚି ଶ୍ରୀ ଶଙ୍କର କର୍କର୍ଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ଓ ବାଗଚି କରୁଣାଶ୍ରୟ ପାଲିଆଟିଭ୍ କେୟାର ସେଂଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବାର୍ଷିକ ଗ୍ରାଉଣ୍ଡ ରେଂଟ ଓ ସେସ୍ ବାବଦକୁ ୧ ଟଙ୍କା ହିସାବରେ ୪୦ ଏକର ସରକାରୀ ଜମି ଯୋଗାଇବାକୁ ନିଷ୍ପତି ନେଇଛନ୍ତି ।
ଏଥିସହ ଉଭୟ ପ୍ରତିଷ୍ଠାନ ନାମରେ ଲିଜ୍ ଦଲିଲ ସମ୍ପାଦନ ପାଇଁ ଆବଶ୍ୟକୀୟ ଷ୍ଟାମ୍ପ ଦେୟ ଓ ନିବନ୍ଧନ ଫି ବାବଦକୁ ୨ କୋଟି ୯୧ ଲକ୍ଷ ୧୧ ହଜାର ଟଙ୍କା ଛାଡ୍ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।ଏହାକୁ ରାଜ୍ୟ କ୍ୟାବିନେଟ୍ ମଂଜୁର କରିଛି ।