ପୋଲିସ ବିଭାଗରୁ ବିଦା ହେବେ ପେଟୁଆ ପୋଲିସ ଅଫିସର

ଭୁବନେଶ୍ୱର : ପୋଲିସ ବିଭାଗରେ ଫିଟନେସ୍ କୁ ସର୍ବଦା ମହତ୍ୱ ଦିଆଯାଉଥିବା ବେଳେ ବର୍ତ୍ତମାନ ଏହି ବିଭାଗରେ ଅଧାରୁ ଅଧିକ ପୋଲିସ ବାବୁଙ୍କ ପେଟ ଅତ୍ୟଧିକ ମାତ୍ରାରେ ବଢ଼ିଛି । ଏପରିକି ନିଜେ ଚାଲିବା ମଧ୍ୟ କଷ୍ଟ ହୋଇପଡଉଛି । ଫିଟନେସ୍ ନଥିଲେ ଚାକିରିରେ ରହିପାରିବ ନାହିଁ ।’ ପୂର୍ବରୁ ଡିଜିପି ରାଜ୍ୟର ସମସ୍ତ ପୋଲିସଙ୍କୁ ଏପରି ତାଗିଦ୍ କରିଥିଲେ । ଡିଜିପିଙ୍କ ଏହି କଡ଼ା ନିର୍ଦ୍ଦେଶ ପରେ ବଡ଼ ବଡ଼ ପେଟଧାରୀ ପୋଲିସ ବାବୁମାନେ ନିୟମିତ କସରତ୍ ଆରମ୍ଭ କରିବା ଦେଖାଯାଇଥିଲା । କିଛି ପୋଲିସ ଜିମରେ ଆଡମିଶନ୍ ନେବା ସହ ଆଉ କିଛି ସକାଳ, ସଞ୍ଜରେ ଦୌଡ଼ିବା ଦେଖାଯାଇଥିଲା । ମାତ୍ର କରୋନା ଭିତରେ ବୋଧହୁଏ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଉକ୍ତ ଅର୍ଡରକୁ ଭୁଲି ସାରିଲେଣି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀର ଭୁବନେଶ୍ୱରର ପିଏମଜିରେ । ଲୋୟର ପିଏମଜିରେ ଆନ୍ଦୋଳନରତ ଶିକ୍ଷକଙ୍କୁ ଅଟକାଇବାକୁ ଯାଇ ହଟହଟା ହୋଇଛନ୍ତି ରାଜ୍ୟ ପୋଲିସର ଡିଏସପି ପାହ୍ୟାର ଜଣେ ଅଧିକାରୀ । ତେବେ ଅଧିକାରୀ ଜଣକ ବିକ୍ଷୋଭକାରୀଙ୍କୁ ଅଟକାଇବେ କ’ଣ, ନିଜକୁ ସମ୍ଭାଳି ନ ପାରି ଦୌଡ଼ୁ ଦୌଡ଼ି ତଳେ କଚାଡ଼ି ହୋଇ ପଡ଼ିଯାଇଥିଲେ । ମଧ୍ୟାହ୍ନ ସମୟରେ କମ୍ପ୍ୟୁଟର ଶିକ୍ଷକମାନେ ବ୍ୟାରିକେଡ୍ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ସମୟରେ ଆଇଆଇସି ବାବୁ ସେମାନଙ୍କୁ ଅଟକାଇବାକୁ ଯାଇ ମୁହଁ କାମୁଡ଼ି ତଳେ ପଡ଼ିଯାଇଥିଲେ । ଏହାପରେ ଅନ୍ୟ ପୋଲିସ କର୍ମଚାରୀମାନେ ସଂପୃକ୍ତ ଆଇଆଇସିଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ