ଅନୂସୂଚୀତ ଜାତି ଉପରେ ବିଜେଡିର ଅତ୍ୟାଚାରକୁ ନେଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଓଡିଶାରେ ଅନୁସୂଚୀତ ଜାତିର ଲୋକମାନଙ୍କ ଉପରେ ବିଜେଡି କର୍ମୀ ଓ ନେତାମାନଙ୍କ ଦ୍ୱରା ଅତ୍ୟାଚାର, ନିର୍ଦ୍ଧିଷ୍ଟ ଭାବରେ ପୋଲିସ ଥାନାରେ ଅଭିଯୋଗ କଲେ ମଧ୍ୟ ପୋଲିସ ଏଫଆଇଆର ନରଖିବା ଏସପିଙ୍କ ପ୍ରତିଶ୍ରୁତି ସତ୍ୱେ ମଧ୍ୟ ପୋଲିସର କାହାକୁ ଗିରଫ ନକରିବା ବରଂ ଅପରାଧୀମାନଙ୍କୁ ଘଣ୍ଟଘୋଡାଇବା ଓ ବ୍ଲକର ବିବିନ୍ନ ଜନହିତକର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ପ୍ରତିବାଦ ଓ ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ମାରକ ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଛି । ଏହା ସହ ମନରେଗା କାର୍ଯ୍ୟକ୍ରମରେ ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ପ୍ରତିବାଦ କରିଥିବାରୁ ଅନୁସୂଚୀତ ଜାତିର ମହିଳାମାନଙ୍କ ଉପରେ ଆକ୍ରମଣ ଓ ବବାସାହେବ ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ପଦାଘାତ କରି ଓଲଟା ମିଥ୍ୟା କେଶ କରିବା ବିରୁଦ୍ଧରେ ସ୍ୱରଉତ୍ତଳନ କରିଛି ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚା । ସେହି ପରି କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀ ଓ ଆଳି ଥାନା ଅନ୍ତର୍ଗତ ବାଳକାଟି ପଞ୍ଚାୟତର ହରିଶ୍ଚନ୍ଦ୍ର ମଲ୍ଲିକ ମନରେଗା, ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା, ଗ୍ରାମ୍ୟ ରାସ୍ତା ନିର୍ମାଣ ଓ ଅନ୍ୟାନ୍ୟ ଅନ୍ତିମୂଳକ କାର୍ଯ୍ୟକ୍ରମରେ ହୋଇଥିବା ଦୁର୍ନିତିର ପର୍ଦ୍ଦାଫାସ କରିବା ସହିତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସେ ସମ୍ବାଦ ପ୍ରକାଶ କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ଥାନୀୟ ସରପଞ୍ଚ ଦିବାକର ନାୟକ ଓ ତଙ୍କର ପୁତ୍ର ରଞ୍ଜନ ନାୟକ ଓ ତାଙ୍କ ସମର୍ଥକମାନେ ଆଳି ବିଧାୟକ ପ୍ରତାପ ଦେଓଙ୍କ ନିର୍ଦ୍ଦେଶ କ୍ରମେ ଜୁଲାଇ ୧ ତାରିଖରେ ହରିଶ୍ଚନ୍ଦ୍ରଙ୍କ ପରିବାରର ଭିନ୍ନକ୍ଷମ ସଦସ୍ୟଙ୍କ ଠାରୁ ଆରମ୍ଭ କରି ତାଙ୍କ ଭାଇ ଏବଂ ୮ବର୍ଷର ନାତି ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏନେଇ ହରିଶ୍ଚନ୍ଦ୍ରଙ୍କ ପରିବାର ଏତଲା ଦେଲେ ମଧ୍ୟ ଥାନାରେ ଏଫଆଇଆଇର ରଖିନଥିଲେ । ପରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ହସ୍ତକ୍ଷେପରେ ଏଫଆଇଆର ରୁଜୁ କରିଥିଲେ ମଧ୍ୟ ଆଜି ଯାଏଁ ଅଭିଯୁକ୍ତଙ୍କୁ ଗିରଫ ନକରିବା, ଜଗତସିଂପୁର ଜିଲ୍ଲା ନାଉଗାଁ ବ୍ଲକ ଅଧିନରେ ଥିବା ବଂଶ, ଘୋଡାଷ ଓ ନାଉଗାଁ ପଞ୍ଚାୟତରେ ଦଳିତ ମହିଳାମାନେ ମନରେଗାରେ କାର୍ଯ୍ୟକରିଥିଲେ ମଧ୍ୟ ସେମାନଙ୍କ ମଜୁରୀ ବାବଦକୁ ମୋଟ ୨୫୭ଟଙ୍କା ପାଇବା ପରିବର୍ତ୍ତେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାତ୍ର ୮୨ଟଙ୍କା ପୈଠ କରାଯାଇଥିଲା । ଏହାର ପ୍ରତିବାଦ କରି ସେମାନେ ଧାରଣାରେ ବସିଥିଲେ । ଏହାକୁ ସ୍ଥାନୀୟ ବିଜେଡି ନେତା ମାନେ ନ ସହିପାରି ସ୍ତାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି, ମନ୍ତ୍ରୀ ରଘୁନନନ୍ଦନ ଦାସଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବାହୁଛାୟା ତେଳେ ରହି ଜୁଲାଇ ୨୭ତାରିଖ ରାତ୍ର ୨ଟାରେ ଆକ୍ରମଣ କରିଦେଇଥିଲେ । ଏହାର ପ୍ରତିବାଦରେ ମହିଳାମାନେ ନାଉଗାଁ ଥାନାରେ ଏଫଆଇଆର୍ ଦେଇଥିଲେ ମଧ୍ୟ ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀଙ୍କ ଚାପରେ ପୋଲିସ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଧାରଣାରତ ଦଳିତ ମହିଳାମାନଙ୍କ ବିରୁଦ୍ଧରେ ମିଥ୍ୟା ମକଦ୍ଦା ରୁଜୁ କରି ସେମାନଙ୍କୁ ଭୟଭୀତ କରାଉଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରି ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି ଯେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଏହି ଘଟଣା ଗୁଡକର ଏବଂ ଓଡିଶାର ଅନ୍ୟାନ୍ୟ ଜିଲ୍ଲାରେ ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଆକ୍ରମଣର ବିହୀତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି । ଆଜି ଏନେଇ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ଭି.ଚଲପତି ରାଓଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଧାରଣା ପୂର୍ବରୁ ବିଧାୟକ ଶ୍ରୀ ରାଓ ଏବଂ ନେତା ଓ କର୍ମୀମାନେ ପ୍ରଥମେ ବସ୍ଷ୍ଟାଣ୍ଡ ଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାଜପାର ଅନୁସୂଚିତ ଜାତି ମୋର୍ଚ୍ଚାର ୱାଇ.ଜଗଦୀଶ, ଏଲ୍.କ୍ରାନ୍ତି, ଏଲ୍. ଭେଙ୍କଟରାବଣା, ଏ.ବୈକୁଣ୍ଠରାଓ, ଏ.କୋଟେଶ୍ୱର ରାଓ, ସନ୍ତୋଷ ଜେନା ପ୍ରମୁଖଙ୍କ ସହ ବହୁ ଜିଲ୍ଲାସ୍ତରୀୟ ଭାଜପା ନେତା ଓ କର୍ମୀମାନେ ଉପସ୍ଥିତଥିଲେ ।