ରାଇରଙ୍ଗପୁରରେ ଝାମୁମୋ ତରଫରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିତ

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜନ୍ମଦିନ ।ଏହି ଅବସରରେ ମୟୂରଭଂଜ (୨) ଝାଡଖଣ୍ଡ ମୁକ୍ତିମୋର୍ଚା ତରଫରୁ ରାଇରଙ୍ଗପୁର ମୁର୍ମୁ ଛକର ଜିଲ୍ଲା କାର‌୍ୟ୍ୟାଳୟରେ ଝାଡଖଣ୍ଡ ରାଜ୍ୟର ଯୁବ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମଙ୍ଗଳବାର ଦିନ ଜନ୍ମ ଦିନ ପାଳିତ ହୋଇଯାଇଛି ।ପ୍ରାରମ୍ଭରେ ଜିଲ୍ଲା ସଭାପତି ରାମଚଦ୍ର ସୋରେନଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା ।ଏହି କାର‌୍ୟ୍ୟକ୍ରମରେ ହେମନ୍ତ ସୋରେନଙ୍କ ଦିର୍ଘ ଜୀବନ କାମନା କରାଯାଇଥିଲା ।ତଦସହ ଭଗବାନ ତାଙ୍କୁ ଅଧିକ ଶକ୍ତି ,ସାମର୍ଥ୍ୟ ଦିଅନ୍ତୁ ଯେମିତି ଅଧିକରୁ ଅଧିକ ଲୋକଙ୍କର ସେବା କରି ଝାଡଖଣ୍ଡ ରାଜ୍ୟକୁ ଭାରତରେ ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରନ୍ତୁ ।ଏହି କାର‌୍ୟ୍ୟକ୍ରମରେ ବରିଷ୍ଠ ନେତା ମଙ୍ଗଲ ସିଂ ଟୁଡୁ,,ସ୍ବରୂପ ମହାନ୍ତ,ମନୋଜ ବାରିକ,ପ୍ୟାରୀ ସାହୁ,ରଣଜିତ ସିଂ,କାଳିଚରଣ ଟୁଡୁ,ରାମଦାସ ଟୁଡୁ,,ଭାଗବତ,ମଧୁ ସାହୁ,ଏବଂ ବହୁ ଦଳୀୟ କର୍ମି ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ