‘ଆମ ବାଲେଶ୍ୱର’ପକ୍ଷରୁ ବୃକ୍ଷରୋପଣ ଓ ଫଳଚାରା ବଣ୍ଟନ

ବାଲେଶ୍ୱର, (ସରୋଜ ପଣ୍ଡା): କ୍ରାନ୍ତିଦିବସ ଅବସରରେ ‘ଆମ ବାଲେଶ୍ୱର’ ସଂଗଠନ ପକ୍ଷରୁ ଉତ୍କଳ ବାଳାଶ୍ରମ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଅଧ୍ୟକ୍ଷ ରବୀନ୍ଦ୍ର ଜେନା, ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ସମାଜସେବୀ ସୁବାସିନୀ ଜେନା ଓ ସଂଗଠନର ସାଧାରଣ ସମ୍ପାଦକ ଆଇନଜୀବୀ ଭୁବନାନନ୍ଦ ଦାସଙ୍କ ସମେତ ସଂଗଠନର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ସଂଗଠନ ପକ୍ଷରୁ ସହଦେବଖୁଣ୍ଟା ବ୍ୟାସକବି ନଗର ଅଞ୍ଚଳରେ ଶତାଧିକ ପରିବାରକୁ ପିଜୁଳିଗଛର ଚାରା ବଣ୍ଟନ କରାଯାଇଥିଲା । ଚଳିତ କରୋନା ମହାମାରୀ ସମୟରେ ଅମ୍ଳଯାନର ଅଭାବ ଓ ଖାଦ୍ୟସାରର ଅଭାବକୁ ଦୃଷ୍ଟିରେ ରଖି ଏହି ଫଳଗଛର ଚାରା ବଣ୍ଟନ ଏକ ପ୍ରୟାସ ବୋଲି ସଂଗଠନର ଅଧ୍ୟକ୍ଷ ଶ୍ରୀ ଜେନା କହିଥିଲେ । ବାଲେଶ୍ୱର ସହରର ୩୧ଟି ୱାର୍ଡ଼ ସମେତ ଜିଲ୍ଲାର ସମସ୍ତ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମ ଜାରି ରହିବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ଦାସ ଘୋଷଣା କରିଥିଲେ । ବାଲେଶ୍ୱର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ଉକ୍ତ ସଂଗଠନ ଏକ ଅଣରାଜନୈତିକ ସାମାଜିକ ସଂଗଠନଭାବେ ଜନଗଣଙ୍କ ସହଯୋଗରେ କାର୍ଯ୍ୟ କରିବ ବୋଲି ସଂଗଠନର ଉପାଧ୍ୟକ୍ଷ ରୋଟାରିୟାନ ସୁବ୍ରତ କର ଓ ଆଇନପରାମର୍ଶଦାତା ନିରଞ୍ଜନ ପରିଡ଼ା ପ୍ରମୁଖ ପ୍ରକାଶ କରିଥିଲେ । ବ୍ୟାସକବି ନଗର ବିକାଶ ପରିଷଦ ଓ ଯୁବସଂଗଠନ ରୟାଲ ବ୍ଲକ ତରଫରୁ ନେତୃବୃନ୍ଦ ଫଳଗଛ ଚାରା ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆମ ବାଲେଶ୍ୱର ସଂଗଠନର ଏହି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ