ହାଟଡିହି ହନୁମାନ ମନ୍ଦିର ପ୍ରତିଷ୍ଠା ଲାଗି କଳଶ ଶୋଭାଯାତ୍ରା

ହାଟଡିହି, (ବିକାଶ ବିଶ୍ୱାଳ): ହାଟଡିହି ବଜରଙ୍ଗ ଦଳ ପକ୍ଷରୁ ହାଟଡିହିରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ଗତକାଲି ଶୁଭାଧିବାସ କରାଯାଇ ଅଙ୍କୁରା ରୋପଣ କର୍ମ କରାଯାଇଥିବା ବେଳେ ଆଜି ସକାଳୁ ନିକଟସ୍ଥ ବେବର୍ତ୍ତା ପୋଖରୀରୁ ୧୦୮କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଯିବା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ରୀତିନୀତି ମତେ ପୂଜାର୍ଚ୍ଚନା ଆରମ୍ଭ କରାଯାଇଛି । ୪ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଷ୍ଠା ଉତ୍ସବରେ ଆସନ୍ତା ୧୩ତାରିଖ ଦିନ ପୁର୍ଣ୍ଣାହୁତୀ ପ୍ରଦାନ କରାଯିବ । ଏଥିରେ ବିଶ୍ୱନାଥ ସାହୁ, ଚନ୍ଦନ ସାହୁ, ଚନ୍ଦ୍ରଧ୍ୱଜ ସାହୁ, ମୋନାଲିସା ସାହୁ, ସୋମାରାଣୀ ସାହୁ, ହେମଲତା ସାହୁ, କୈଳାଶ ରାଉତ, ଅଭିରାମ ସାହୁ, ମୌସୁମୀ ସିଂ, ବିବେକାନନ୍ଦ ସାହୁ, ଗୀତାରାଣୀ ସାହୁ, ଚଗୁଲୁ ମଣ୍ଡଳ, ବିଜୁ ଜେନା, ମାଗୁଣୀ ସେଠୀ, ରବିନ୍ଦ୍ର ନାୟକ, ସୁଶାନ୍ତ ଜେନା, ଅବିନାଶ ରାଉତ, ପ୍ରକାଶ ବେହେରା, ମହେଶ୍ୱର ବେହେରା, ସିକୁନୁ ମହାଳିକ, ସଞ୍ଜୁଲତା ବେହେରା, ସୁଭାସିନୀ ସାହୁ, ଗଣନାଥ ପରିଡା, ସିପୁନୁ ପୃଷ୍ଟି, ବର୍ଷା ମହାଳିକ, ବସନ୍ତ ପରିଡା, ସରୋଜିନୀ ମହାଳିକଙ୍କ ସମେତ ଅନେକ ଶ୍ରଦ୍ଧାଳୁ ପୂଜାକାର୍ଯ୍ୟରେ କର୍ତ୍ତା ଭାବେ ସାମିଲ ହୋଇଛନ୍ତି । ଆଲୋକ ସେଠୀ, ସୁଶାନ୍ତ ବୈଠା, ଶ୍ରୀଧର ଜେନା, ଅକ୍ଷୟ ସାହୁ, ବାବୁଲି ନାୟକ, ଚୈତନ ବେହେରା, ବଳରାମ ଜେନା ପ୍ରମୁଖଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜଗନ୍ନାଥ ପୃଷ୍ଟି, ଅଜୟ ସାହୁ, କଳ୍ପତରୁ ପୃଷ୍ଟି, ତପନ ସାହୁ, ମାନସ ବେହେରା, ସଂଗ୍ରାମ ବେହେରା, ରମେଶ ବେହେରା, ତପୁନୁ ମଣ୍ଡଳ, ଆକାଶ ବୈଠା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ