ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଜେପିର ଗଣଅନଶନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନଲେଙ୍କା):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ଭଣ୍ଡାରିପୋଖରୀ ବ୍ଲକ ପରିସରରେ ବିଜେପି ପକ୍ଷରୁ ଗଣଧାରଣା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଦଳୀୟ କାର୍ଯ୍ୟାଳୟ ରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ପରେ ଅନଶନ ସ୍ଥଳରେ ପହଞ୍ଚିଥିଲା। ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗଣ ଧାରଣା ସଭାରେ ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ, ଜିଲ୍ଲା ଉପସଭାନେତ୍ରୀ ପଙ୍କଜିନି ଲେଙ୍କା, ସମ୍ପାଦିକା ତପସ୍ୱିନୀ ମହାପାତ୍ର, ମଣ୍ଡଳ ସଭାପତି ମୁକୁନ୍ଦ ଚରଣ ମଲ୍ଲିକ, ନିର୍ମଳ କର ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ। ସଠିକ ହିତାଧିକାରୀଙ୍କୁ ଆବାସ ଯୋଜନା ପ୍ରଦାନ ସହ ବୋନସ ଅର୍ଥ ତୁରନ୍ତ ଯୋଗାଇଦେବାକୁ ବିଜେପି ପକ୍ଷରୁ ଦାବି କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସରପଞ୍ଚ କମଳ କୁମାର ନନ୍ଦ, ଯୁବମୋର୍ଚ୍ଚା ସଭାପତି ପ୍ରତାପ ଦ୍ବିବେଦୀ, ବାବାଜୀ ଚରଣ ଜେନା, ରୁକ୍ମଣୀ ଦାସ, ଗିରିଶ ସାମଲ, ପ୍ରଫୁଲ ସାହୁ, କରୁଣାକର ସାହୁ, ଅଜୟ ରାଉତ, ସୁରେଶ ଦାସ, ନିରଞ୍ଜନ ପୁହାଣ ପ୍ରମୁଖ ଏଥିରେ ଯୋଗଦେଇଥିଲେ। ଏହାଛଡା ଯୋଜନାରୁ ବାଦ ପଡିଥିବା ଅନେକ ଲୋକ ଧାରଣାରେ ସାମିଲ ହୋଇଥିଲେ। ବିଡ଼ିଓ ଦେବଦତ୍ତ ଦାସ ଧାରଣାସ୍ଥଳରେ ପହଂଚି ଏ ସମ୍ପର୍କରେ ବିଭିନ୍ନ ଆଲୋଚନା କରିଥିବା ବେଳେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଗ୍ରହଣ କରିବା ପରେ ଗଣ ଅନଶନ ପ୍ରତ୍ୟାହୃତ ହୋଇଥିଲା।


