ଗ୍ରାମବାସୀଙ୍କ ସହଯୋଗରେ ବନ ବିଭାଗର ଚଢ଼ଉ, ଗାଡ଼ି ଜବତ: ଜଣେ ଗିରଫ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରି ରେ ଚଢ଼ଉ କରି ଶାଳ କାଠ ଗଣ୍ଡି ବୋଝେଇ ଏକ ୪୦୭ ଡାଲା ଗାଡ଼ି ଜବତ କରି ସମ୍ପୃକ୍ତ ଗାଡ଼ି ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ବିଦ୍ୟାଧର ଯାନୀ ସୂଚନା ଦେଇଛନ୍ତି । ଗିରଫ କାଠ ମାଫିଆ ଜଣକ ହେଲେ ଗୁଡ଼ିକିଆ ଗ୍ରାମର ସୁବଳ ରଣସିଂ । ସୂଚନା ଅନୁଯାୟୀ , ବ୍ରାହ୍ମଣୀଗାଁ ବନାଞ୍ଚଳ ଅନ୍ତର୍ଗତ ଡ଼ଡ଼ାଙ୍ଗି ସଂରକ୍ଷିତ ଜଙ୍ଗଲ ରୁ ମୂଲ୍ୟବାନ କାଠ ଗଣ୍ଡି ଚୋରା ଚାଲାଣ ହେଉଥିବା ଥିବା ନେଇ ମଙ୍ଗଳବାର ଦିନ କୁମ୍ଭାରୀ ଗାଁ ଭିଏସଏସ ସଦସ୍ୟ କାଠ ଚୋରା ଚାଲାଣ ହେବାର ସୂଚନା ପାଇ ବନ ବିଭାଗ କୁ ଜଣାଇ ଥିଲେ। ଉକ୍ତ ଖବର ପାଇ ବନାଞ୍ଚଳ ଅଧିକାରୀ ବିଦ୍ୟାଧର ଯାନୀ ଙ୍କ ନେତୃତ୍ୱରେ ସଦଳବଳେ ଭିନ୍ନ ଭିନ୍ନ ଦଳ ଗଠନ କରି ଗ୍ରାମବାସୀ ଙ୍କ ମିଳିତ ସହଯୋଗ ରେ ବିଳମ୍ବିତ ରାତ୍ରିରେ ଚଢ଼ଉ କରି ଉକ୍ତ ଗାଡ଼ି ଜବତ କରିବା ସହ ଗାଡ଼ି ମାଲିକ ଙ୍କୁ ଗିରଫ କରିଥିଲା ବନବିଭାଗ । ଶାଳ ଗଣ୍ଡିର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କାରୁ ଉର୍ଦ୍ଧ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଏନେଇ କେଶ ନଂ ୨୩-୨୦୨୧ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଥିବା ବିଷୟ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି। ଚଢ଼ଉ ବେଳେ ଗଦାପୁର ବନପାଳ ଅଞ୍ଜନ ନାୟକ, ବ୍ରାହ୍ମଣୀଗାଁ ଭାରପ୍ରାପ୍ତ ବନପାଳ ଦୀପକ ରଞ୍ଜନ ପଟନାୟକ, ସଞ୍ଜୀବ ବେହେରା, ମନୋରଞ୍ଜନ ପରିଛା ସମେତ ସମସ୍ତ ବନ କର୍ମଚାରୀ ମାନେ ସାମିଲ ହୋଇଥିଲେ।


