ବୁଗୁଡ଼ାରେ ନିର୍ମାଣ ହେବ ବହୁମୁଖୀ ଇନଡୋର ଷ୍ଟାଡିୟମ

ବୁଗୁଡା, (ଅନିଲ କୁମାର ମହାରଣା):ମନେପଡୁଛି ୨୦୨୧ ଜୁଲାଇ ୦୨ ତାରିଖ ଘଟଣା। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଛତ୍ରପୁର ଜିଲ୍ଲାପାଳଙ୍କ ସଭା ଗୃହରେ ବୁଗୁଡାର ୧୫ ଜଣ ବୁଦ୍ଧିଜୀବୀ ଓ କ୍ରୀଡ଼ାପ୍ରେମୀ ଭିଡ଼ିଓକନଫେରନ୍ସ ମାଧ୍ୟମରେ ଫାଇଭି ଟି ସଚିବ ଭି.କେ.ପାଣ୍ଡିୟାନ ସହ ଆଲୋଚନା କରି ବୁଗୁଡ଼ାରେ ଏକ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରି ଆବେଦନ କରିଥିଲେ। ବୁଗୁଡା ଜନସାଧାରଣଙ୍କ ପକ୍ଷରୁ ଆମର ପ୍ରିୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ କରାଯାଇଥିବା ଅନୁରୋଧ ସଫଳ ହୋଇଛି। ବୁଗୁଡ଼ାରେ ନିର୍ମାଣ ହେବ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ। ସାରା ଓଡ଼ିଶାରେ ୬୯୩.୩୫ କୋଟି ଟଙ୍କା ବ୍ୟୟରେ ୮୯ ଗୋଟି ବମୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭଦୃଷ୍ଟି ବୁଗୁଡା ଅଞ୍ଚଳପ୍ରତି ରହିଥିବା ପ୍ରମାଣିତ କରିଛି। ଏହା ସମ୍ଭବ ହୋଇପାରିଛି ବେବଳ ଆମର ପ୍ରିୟ କର୍ମବୀର ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ। ଏହି ଖୁସି ଖବର ଅବସରରେ ବୁଗୁଡା ଅଞ୍ଚଳର କ୍ରୀଡ଼ାପ୍ରେମୀ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ବହୁ ମାନ୍ୟଗଣ ବ୍ୟକ୍ତି ବୁଗୁଡା ସହରର ବଡ଼ଦାଣ୍ଡରେ ବିଜେ ଶ୍ରୀ ବଳଦେବ ଜୀଉ ମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବିଜେଡି ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ପୂର୍ବତନ ବୁଗୁଡା ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା,ପୂର୍ବତନ ଉପନଗରପାଳ ଚିତ୍ରସେନ ପ୍ରଧାନ, ବୁଦ୍ଧଖୋଲ ଉନ୍ନୟନ ସମିତି ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ, କବି ଅନନ୍ତ କର, ବିଧାୟକଙ୍କ ପ୍ରତିନିଧି କେ.ତ୍ରିଲୋଚନ ଦୋରା, ଓ ତିନିଜଣ କ୍ରୀଡ଼ାବିତ୍ତ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ହରପ୍ରସାଦ ମହାପାତ୍ର, ସାଗର ବିଷୋୟୀ, ସାହିଲ ପ୍ରଧାନ, ନାରାୟଣ ସାହୁ, ଦୀପକ କୁମାର ମିଶ୍ର, ସୁନୀଲ କୁମାର ଦାଶ ପ୍ରମୁଖ ପାରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ