ଟେରାକୋଟା ଓ କାଇଁଚ ତିଆରି ରାକ୍ଷୀ ଷ୍ଟଲ ଉଦ୍‌ଘାଟିତ

ଯାଜପୁର, (ୱାଇଏନ୍‌ଏସ୍‌): ମହିଳା ମାନଙ୍କୁ ସଶକ୍ତ ତଥା ଆତ୍ମ ନିର୍ଭରଶୀଳ କରିବାକୁ ସରକାର ଅନେକ ପଦକ୍ଷେପ ନେଇଚ୍ଥନ୍ତି । ସେହିପରି ମହିଳା ମାନେ ମଧ୍ୟ ନିଜର ଦକ୍ଷତା ବୃଦ୍ଧି କରିବାକୁ ବିଭିନ୍ନ ତାଲିମ ନେଉଚ୍ଥନ୍ତି । ସେମିତି କିଚ୍ଥି ତାଲିମପ୍ରାପ୍ତ ମହିଳା ମାନଙ୍କ ହାତ ତିଆରି ଟେରାକୋଟା ଓ ଗୋଲଡେନ୍ ଗ୍ରାସ ବା କାଇଁଚ ତିଆରି ରାକ୍ଷୀର ବିକ୍ରୟ ବ୍ୟବସ୍ଥା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ବୋଲି ଜିଲ୍ଳ୍‌ା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଚ୍ଥନ୍ତି । ସୋମବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ସମ୍ମୁଖରେ ରସୁଲପୁର ବ୍ଳ୍‌କ ଗୋପାଳପୁର ପ୍ରଥମାଖଣ୍ଡିର ମା’ ବିମଳା ସ୍ୱୟଂ ସହାୟକ ଉତ୍ପାଦିକା ସଂଘ ଓ ବଡଚଣା ଚମ୍ପାପୁରର ମହାଦେବ ଉତ୍ପାଦିକା ସଂଘ ପକ୍ଷରୁ ଆସନ୍ତା ରାକ୍ଷୀ ପୂର୍ଣ୍ଣମୀକୁ ଆଖି ଆଗରେ ରଖି ହାତ ତିଆରି ରାକ୍ଷୀ ବିକ୍ରୟ ଷ୍ଟଲଟିଏ ଖୋଲାଯାଇଚ୍ଥି । ଏହି ଷ୍ଟଲକୁ ଉଦ୍‌ଘାଟନ କରି ଜିଲ୍ଳ୍‌ା ପରିଷଦ ସଭାପତି ଶ୍ରୀ ମହାନ୍ତି ମହିଳା ମାନଙ୍କର ଏହି କାର୍ଯ୍ୟ ଅନ୍ୟ ମାନଙ୍କୁ ପ୍ରେରଣ ଦେବ ବୋଲି କହିଥିଲେ । ସେମାନେ ଊପଯୁକ୍ତ ପ୍ରଶିକ୍ଷଣ ନେଇ ନିଜର ଦକ୍ଷତାକୁ ପ୍ରତିପାଦିତ କରିବା ସହ ନିଜ ପାଇଁ ଓ ପରିବାର ପାଇଁ ସମ୍ୱଳ ସୃଷ୍ଟି କରିପାରିଚ୍ଥନ୍ତି ବୋଲି କହିଥିଲେ । ଜିଲ୍ଳ୍‌ା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେଉରିଆ ଟେରାକୋଟା ଓ କାଇଁଚ ଘାସରେ ପ୍ରସ୍ତୁତ ଏହି ରାକ୍ଷୀ ଗୁଡିକ ଦେଖିବାକୁ ଯେମିତି ଆକର୍ଷଣୀୟ ସେହିପରି ପରିବେଶ ଉପଯୋଗୀ ବୋଲି କହିଥିଲେ । ମହିଳାମାନେ ଯେ ସବୁ କିଚ୍ଥି କରିପାରିବେ ତାହା ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ପ୍ରମାଣିତ କରିଚ୍ଥନ୍ତି ବୋଲି କହିବା ସହ ଲୋକମାନେ ସଂସ୍କୃତି ଭବନ ସମ୍ମୁଖ ଷ୍ଟଲରୁ ରାକ୍ଷୀ କିଣି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଉତ୍ସାହିତ କରିବେ ବୋଲି ଆଶା କରିଥିଲେ । ଓଡିଶା ଜୀବିକା ମିଶନର ଡି.ପି.ଏମ୍‌. ପ୍ରଶାନ୍ତ କୁମାର ପାଢୀ ଏହି ରାକ୍ଷୀ ଗୁଡିକ ପରିବେଶ ଉପଯୋଗୀ ଏବଂ ଏହି ଷ୍ଟଲ ଚଳିତ ମାସ ୯ ତାରିଖ ଠାରୁ ୨୨ ତାରିଖ ରାକ୍ଷୀ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଖୋଲା ରହିବ ବୋଲି କହିଥିଲେ । ଏହି ଷ୍ଟଲ ମିଶନ ଶକ୍ତି, ଓଡିଶା ଜୀବିକା ମିଶନ ଓ ଓର୍‌ମାସ୍ ସହାୟତାରେ ଖୋଲାଯାଇଚ୍ଥି ବୋଲି ଓରମାସର ଡେପୁଟୀ ସି.ଇ.ଓ. କ୍ଷିତିଶ ବଳ ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓରମାସର କାର୍ଯ୍ୟ ନିର୍ବାହୀ ସହାୟକ ଚିନ୍ମୟ କୁମାର ଦାଶ, ମିଶନ ଶକ୍ତିର ଜିଲ୍ଳ୍‌ା ପ୍ରକଳ୍ପ ସଂଯୋଜିକା ଶେପାଂଳୀ ସ୍ୱାଗତିକା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ