ରାଇରଙ୍ଗପୁର ପୂର୍ତ୍ତବିଭାଗ ଡାକ ବଙ୍ଗଳା ପରିସରରେ ବିଜୁ ଛାତ୍ରଜନତା ସାଂଗଠନିକ ବୈଠକ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ଆଗକୁ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିଲାଣି ।ଏହାକୁ ନେଇ ସବୁ ରାଜନୈତିକ ଦଳ ନିଜର ରଣ କୌଶଳ ଆରମ୍ଭ କରିଛନ୍ତି ।ହେଲେ ଅଦ୍ୟାବଧି ବିଜେଡି ସାଂଗଠନିକ କାର୍ଯ୍ୟକ୍ରମରେ ସମସ୍ତଙ୍କଠାରୂ ଦୁଇ ପାଦ ଆଗରେ ଅଛି । ୨୧ ବର୍ଷ ତଳର ବିଜେଡି ତା’ର ନୂଆ ରଣ ନୀତି ପ୍ରସ୍ତୁତ କରିଛନ୍ତି ।ସେଦିନର ବିଜେଡି କର୍ମିଙ୍କ ମାତ୍ରାଧିକ ବୟସ ,ସାମର୍ଥ୍ୟ ହଜି ଆସିଲାଣି ।ଏବେ ଦଳ ବିଜୁ ଯୁବ ଜନତା ଓ ଛାତ୍ର ଜନତା ଉପରେ ବିଶେଷ ଗୁରୁତ୍ବ ଦେଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଏବଂ ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୁବ,ଛାତ୍ର ଏବଂ ମହିଳା ସଂଗଠନକୁ ଗୁରୁତ୍ବ ଦେଇକର୍ମି ମାନଙ୍କୁ ବିଭିନ୍ନଦଳୀୟ ପଦବୀରେ ଅଧିଷ୍ଠାନ କରାଇ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ଯୁବଛାତ୍ର ନେତୃତ୍ବଙ୍କୁ ନିର୍ଦେଶ ଦେଇଛନ୍ତି ।ସେମାନଙ୍କ ମାର୍ଗଦର୍ଶନରେ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ବିଜୁଛାତ୍ରଜନତା ରାଜ୍ୟ ସଭାପତି ବାଙ୍କି ବିଧାୟକ ଦେବୀରଂଜନ ତ୍ରିପାଠୀଙ୍କ ତତ୍ବାବଧାନରେ ମୟୂରଭଂଜ (୨)ବିସିଜେଡି ଛାତ୍ର ଉପସଭାପତି କମଳେଶ ବଳ ରାଇରଙ୍ଗପୁର ବିସିଜେଡି ବ୍ଳକ ସଭାପତି ଅଭିମନ୍ୟୁ ବେହେରା ଏବଂ ନଗରସଭାପତି ସୋମ୍ୟରଂଜନ ଦାସଙ୍କ ନେତୃତ୍ବରେ ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୋରଡା ବିଧାୟକ ରାଜ କିଶୋର ଦାସ,,ରାଇରଙ୍ଗପୁର-ସାରସକଣା ବିଜେଡି ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ,ସହ ପର୍ୟ୍ୟବେକ୍ଷକ ବିଜୟ ସାହୁ,ବରିଷ୍ଠ ବିଜେଡି ନେତା ରତିକାନ୍ତ ପରୀକ୍ଷା,,ମୟୂରଭଂଜ(୨) ବିଜୁ ଯୁବ ଜନତା ଜିଲ୍ଲା ସଭାପତି ଅଭିଷେକ ପଟ୍ଟନାୟକ,ମହିଳା ସଭାନେତ୍ରୀ ତନୁଜା ମହାନ୍ତ , ଛାତ୍ର ଜିଲ୍ଲା ସଭାପତି ଅନିସ ମାନ୍ନା, ପର୍ଯ୍ୟବେକ୍ଷକ ଅମରେନ୍ଦ୍ର ଧଳ ପ୍ରମୁଖ ଯୋଗ ଦେଇ ଛାତ୍ରମାନଙ୍କୁ ଓଡିଶାର ବରପୁତ୍ର,ସୁଯୋଗ୍ୟ ସନ୍ତାନ,ଝଡର ଈଗଲ,ଅଦମ୍ୟ ସାହସୀ ପୁରୁଷ,ନବ ଓଡିଶା ନିର୍ମାତା,ବିକାଶ ପୁରୁଷ,ମହାନ ଉତ୍କଳୀୟ,କିମ୍ବଦନ୍ତୀ ପୁରୁଷ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ । ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡିଶାର ରଗତି ପଥେ ଉଣା ଅଧିକେ ସମସ୍ତେ ତ୍ୟାଗ,ସେବା କରିବା ଉଚିତ ବୋଲି ଅତିଥିଗଣ କହିଥିଲେ ।ପରେ ବିଜୁବାବୁଙ୍କ ଜୀବନୀ ଆଧାରିତ ପୁସ୍ତକ ‘ବିଜୁପଟ୍ଟନାୟକ ଟଲ୍ ମମ୍ୟାନ’ପୁସ୍ତକ ସମସ୍ତଙ୍କୁ ବଣ୍ଟନ କରାଯିବା ସହ ଛାତ୍ର ଗଠନକୁ ଏକ ଦୁର୍ବାର ସଂଗଠନରେ ପରିଣତ କରିବା ପାଇଁ ସଂକଳ୍ପ ନିଆଯାଇଥିଲା ।


