ଓଡିଶାର ପାଲା କଳାକାରଙ୍କୁ କୋଭିଡ୍ ଆର୍ଥିକ ସହାୟତା ଦାବି
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ପାଲା ଓଡିଶା ର ନିଜସ୍ବ ବୌଦ୍ଧିକ ବିଦ୍ଗଧ କଳା ଅଟେ । ଓଡିଆ ଭାଷା ସାହିତ୍ୟ ସାଂସ୍କୃତି କାବ୍ୟକୃତି କବି ଓ ଲେଖକ ମାନଙ୍କୁ ଉଜ୍ଜୀବିତ କରିଛି ପାଲା । ପାଲା କଳାହିଁ ଓଡିଶା ର ସାଂସ୍କୃତିକ ପରିଚୟ ଅଟେ ।କିନ୍ତୁ ସେହି ପାଲା କଦାକୁ ଆପଣେ ନେଇ ଜୀବିକା ନିର୍ବାହ କରୁଥିବା ଦୁସ୍ଥ କଳାକାର ମାନଙ୍କର କୋବିଡ୍ କଟକଣା ରେ ଜୀବିକା ହରାଇ ଜୀବନ ଆଜି ଦୂର୍ଦିନ ରେ ଗତି କରୁଛନ୍ତି । ତେଣୁ ଓଡିଶା ଶ୍ରୀ ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ ଓଡିଶା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟରେ ଓଡିଶା ର ଅଗଣିତ ପାଳାକଳାର ସଂଘ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଳ ଓ ବ୍ଲକ୍ , ମୁନିପାଲଟି , ଏନ୍ ଏ ସି , ଉପଜିଲ୍ଲାପାଳ ତଥା ବିଧାୟକ ମାନଙ୍କୁ ପାଲା କଳାକାର ମାନଙ୍କୁ ୨୦ ହଜାର ଆର୍ଥିକ ସହାୟତା ରାଶି ସହିତ ସ୍ବାସ୍ଥ୍ୟ ବୀମା ପ୍ରଦାନ ନିମନ୍ତେ ୧୦ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳ ର ପାଲା କଳାକାର ମାନେ ମଧ୍ୟ ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ କାର୍ଯ୍ୟଳାୟ ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ୧୦ ଦଫା ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଦାବିପତ୍ର ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଦାବି ପତ୍ର ପ୍ରଦାନ ସମୟରେ ରାଇରଙ୍ଗପୁର ଜୋନରୁ ଗାୟକ ଶ୍ରୀ ସୁଶୀଲ ଚନ୍ଦ୍ର ମହାରଣା , ଗାୟକ ଇଶର ବେହେରା , ଗାୟକ ହିରାଲାଲ ନାଏକ , ଗାଇକ ଉଦ୍ୟତ୍ବ କୁମାର ଦୋଳେଇ , ସଂଙ୍ଗୀତଜ୍ଞ ନଗେନ୍ଦ୍ର ସି , ଗାୟକ ବିଶ୍ବାମିତ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।


