ବ୍ରହ୍ମପୁର ସିଟି ଏସ୍‌ଡ଼ିପିଓଙ୍କୁ ଡ଼ିଜିପି ଡ଼ିସ୍କ ପୁରସ୍କାର

ବ୍ରହ୍ମପୁର, (ଅନିଲ କୁମାର): ପୋଲିସ କାର୍ଯ୍ୟରେ ପାରଦର୍ଶିତା ଯୋଗୁଁ ବ୍ରହ୍ମପୁର ସିଟି ପୋଲିସ ଏସ୍‌ଡ଼ିପିଓ ବିଷ୍ଣୁ ପ୍ରସାଦ ପତି ଡ଼ିଜିପି ଡ଼ିସ୍କ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ୨୦୨୧ ବର୍ଷ ପାଇଁ ଏସ୍‌ଡ଼ିପିଓ ତଥା ଡ଼ିଏସ୍‌ପି ବିଷ୍ଣୁ ପ୍ରସାଦ ପତିଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ଏସ୍‌ଡ଼ିପିଓ ବିଷ୍ଣୁ ପତି ୧୯୯୦ ମସିହାରେ ପୋଲିସ ଏସ୍‌ଆଇଭାବେ ନିଯୁକ୍ତି ପାଇବା ପରେ ଟ୍ରେନିଂ ସାରି ଅବିଭକ୍ତ କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟ କରିଥିଲେ ।
୨୦୦୬ ମସିହାରେ ଇନ୍‌ସ୍ପେକଫର ଭାବେ ପଦୋନ୍ନତି ପାଇଁ ଢ଼େଙ୍କାନାଳ ଜିଲ୍ଲାରେ କାର୍ଯ୍ୟ କରିଥିଲେ । ୨୦୦୮ ରୁ ୨ ବର୍ଷ ପୁରୀରେ କାର୍ଯ୍ୟ କରିବ ପରେ ୨୦୧୦ ରୁ ୧୪ ମସିହା ଯାଏଁ ଷ୍ଟେଟ୍‌ ପୋଲିସ ଏକାଡ଼େମୀ, ପୁଣି ପୁରୀରେ ୨୦୧୪ ରୁ ୧୬ କାର୍ଯ୍ୟ କରିବା ପରେ ଅର୍ଥନୈତିକ ଅପରାଧ ଶାକାରେ ୨୦୧୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେଠାରୁ ବଦଳି ହେବା ପରେ ବର୍ତ୍ତମାନ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଏସ୍‌ଡ଼ିପିଓ ଭାବେ କାର୍ଯ୍ୟ କରୁଛନ୍ତି । ଏସ୍‌ଡ଼ିପିଓ ପତି ଦାୟିତ୍ୱ ଗ୍ରହଣ କରିବା ପରେ ବହୁ ପୁରୁଣା ମାମଲା ତଦନ୍ତ କରି କୋର୍ଟରେ ଚାର୍ଜ ସିଟ୍‌ ଦାଖଲ କରିଛନ୍ତି । ସେହିପରି କନଷ୍ଟେବଳ୍‌ କୃଷ୍ଣଚନ୍ଦ୍ର ମହାଙ୍କୁଡ଼ ମଧ୍ୟ ଡ଼ିଜିପି ଡ଼ିସ୍କ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟରେ ଥିବା ସାଇବର ସେଲ୍‌ରେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ସେ ଜିଲ୍ଲାରେ ଗଠନ ହୋଇଥିବା ସ୍ପେଷାଲ୍‌ ସ୍କ୍ୱାର୍ଡ଼ରେ କାମ କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ