ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଓ ଧନ୍ଦାମୂଳକ ପରୀକ୍ଷା ଫଳାଫଳ । ଦଶମ ଶ୍ରେଣୀର ବିଭିନ୍ନ ବିଷୟରେ ଛାତ୍ରଛାତ୍ରୀ ରଖିଥିବା ମାର୍କକୁ ଯୁକ୍ତ ଦୁଇରେ ଥିବା ବିଷୟ ସହିତ ମ୍ୟାପିଂ କରାଯାଇଥିଲା ଏବଂ ଏହାକୁ ଭିତ୍ତି କରି ଯୁକ୍ତ ଦୁଇରେ ମାର୍କ ଦିଆଯାଇଛି । ସୁପ୍ରିମକୋର୍ଟ ଜୁଲାଇ ୩୧ସୁଦ୍ଧା ଯୁକ୍ତ ଦୁଇର ଫଳାଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ କେବଳ ବିଜ୍ଞାନ ଓ ବାଣିଜ୍ୟର ଫଳ ପ୍ରକାଶ ପାଇଥିଲା । ତେବେ କଳାର ଫଳାଫଳ ପ୍ରକାଶ କରିବା ପାଇଁ ଦୁଇ ସପ୍ତାହ ସମୟ ମାଗିଥିଲେ । ଏହି ଅନୁସାରେ ଆଜି ବଢିଥିବା ସମୟ ଅବଧିର ଶେଷ ତାରିଖ । ସେପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ କହିଛି ଯେ ଆଜି କଳା ଓ ଧନ୍ଦା ଫଳ ପ୍ରକାଶ ପାଇବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ