ପୋଲସରା ବ୍ଳକ ଅନ୍ତର୍ଗତ ଢୁଙ୍କାପଡାରେ ନିଯୁକ୍ତି ମେଳା

ପୋଲସରା (ଅନିଲ ମହାରଣା): ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ପଞ୍ଚାୟତ ରେ ଅଗଷ୍ଟ ୧୪ ତାରିଖ ଦିନ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ପୋଲସରା ବ୍ଲକ ମିଶନ ଶକ୍ତିର ବ୍ଳକ ପ୍ରୋଗାମ ମ୍ୟାନେଜେର ସଂଜୁ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ ଯୋଗ ଦେଇ ନିଯୁକ୍ତି ମେଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଉକ୍ତ ନିଯୁକ୍ତି ମେଳାରେ ଢୁଙ୍କାପଡା, କଣଛାଇ, କେନ୍ଦୁବାଡି ଓ ବଡ ପଙ୍କଳବାଡ଼ି ଏହି ୪ ଗୋଟି ପଞ୍ଚାୟତର ୧୦୨ ଜଣ ବେକାର ଯୁବକ ଯୁବତୀ ଯୋଗ ଦେଇ ନିଜର ନାମ ପଞ୍ଜିକରଣ କରିଥିଲେ। ନିଯୁକ୍ତି ମେଳାରେ ୪ ଗୋଟି କମ୍ପାନୀର କର୍ମକର୍ତ୍ତା ମାନେ ମେଳାକୁ ଆସିଥିବା ଯୁବକ ଓ ଯୁବତୀ ମାନଙ୍କୁ କମ୍ପାନୀର ନିୟମ ସହ ନିଯୁକ୍ତି ପରେ ସେମାନଙ୍କର ରହିବା,ଖାଇବା ଓ ଅନ୍ୟାନ୍ୟ କାର୍ଯ୍ୟ ବିଷୟରେ ବୁଝାଇବା ସହ ୮୫ ଜଣଙ୍କୁ ମନୋନୀତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷା ତଥା ଢୁଙ୍କାପଡା ସମିତି ସଭ୍ୟା ସଂଯୁକ୍ତା ବାଡ଼ତ୍ୟା, ସ୍ଥାନୀୟ ସରପଞ୍ଚ କୁନି ଜେନା, କଣଛାଇ ସରପଞ୍ଚ ପାଣୁ ନାହାକ, ବସନ୍ତ ଜେନା ମଞ୍ଚାସୀନ ଥିଲେ। ଢୁଙ୍କାପଡା ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ