ହାଇଲେବୁଲ କେନାଲ କଳମ ସଫା ପାଇଁ ଦାବି

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ବୈତରଣୀ ଆନିକଟ ଠାରୁ ବାହାରିଥିବା ୩ନଂ ହାଇଲେବୁଲ କେନାଲରେ ଏବେ ପାଣି ଆସିବା କଷ୍ଟକର ହୋଇପଡିଛି । କେନାରଟିର ଦୈର୍ଘ୍ୟ ପ୍ରାୟ ୨୬କି.ମି. ହୋଇଥିବାବେଳେ ଏହା ଉପରେ ଭଦ୍ରକ ସମେତ ଧାମନଗର,ବନ୍ତ ବ୍ଲକର ଚାଷୀମାନେ ନିର୍ଭର କରି ଖରିଫ ଧାନଚାଷ କରିଥାଆନ୍ତି । ବର୍ତ୍ତମାନ ସମୟରେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷୀମାନେ ଏବେ କେନାଲ ପାଣି ଉପରେ ସମ୍ପୂର୍ଣ୍ଣ ଭରସା କରିଛନ୍ତି । ଚାରିଗୋଟି ବ୍ଲକର ହଜାରହଜାର ଚାଷୀ ହାଇଲେବୁଲ କେନାଲ ସହିତ ଶାଖା କେନାଲ ଗୁଡିକ ଉପରେ ନିର୍ଭର କରି ଚାଷକାର୍ଯ୍ୟ ଆରମ୍ଭ କରିଥିବାବେଳେ ସଠିକ ସମୟରେ କ୍ଷେତରେ ପାଣିନମାଡିବା ସେମାନଙ୍କ ଚିନ୍ତା ବଢାଇଦେଇଛି । ବିଷେଶକରି ମୁଖ୍ୟ କେନାଲର ବିଭିନ୍ନ ସ୍ଥାନରେ ଅମରିବଣ ସୃଷ୍ଟି ହୋଇଥିବାରୁ ଠିକଭାବେ ପାଣି ଯାଉନଥିବା ସୂଚନା ଦିଆଯାଇଛି । ୩ନଂ ହାଇଲେବୁଲ କେନାଲର ପରମାନନ୍ଦପୁର, ବାଲିପୋଖରୀ, ପର୍ବତୀ ନିକଟ ସ୍ଥାନ ଗୁଡିକରେ କଳମ ବଣ ସହିତ ଅନ୍ୟାନ୍ୟ ଘାସ ବଣ ସୃଷ୍ଟି ହୋଇଛି । ଯେଉଁଥିପାଇଁ ଆନିକଟରୁ ଆବଶ୍ୟକ ପରିମାଣର ପାଣି ଆସୁଥିଲେ ସୁଦ୍ଧା କଳମ ଯୋଗୁ ପାଣିର ତୀବ୍ରତା ତଳକୁ ଯାଇପାରୁନାହିଁ । ଯେଉଁଥିପାଇଁ ଶାଖା କେନାଲ ଗୁଡିକରେ ଧିରେଧିରେ ପାଣି ଯାଉଥିବା ଦେଖାଯାଉଛି । ଏହା ଉପରେ ଜଳସମ୍ପଦ ବିଭାଗ ଦୃଷ୍ଟିଦେବାକୁ ଚାଷୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ