ଆର.ଆଇଙ୍କ ମନମାନୀ : ରାତିରେ ଉଡିଲା ଜାତୀୟ ପତାକା

ନିମାପଡା (ସନ୍ତୋଷ ଦାଶ ) ସାରା ଦେଶ ଆଜି 75ତମ ସ୍ୱାଧୀନତା ଦିବସ କୁ ଧୁମଧାମ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରିଛି l ବିଭିନ୍ନ ସ୍ଥାନ ରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ମିଷ୍ଟlନ ବଣ୍ଟନ, ବୃକ୍ଷରୋପଣ, ରୋଗୀମାନଙ୍କୁ ଫଳ ପ୍ରଦାନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଛି l ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଂଗୀତ ଗାନ କରାଯାଇଥିଲା l ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ଆର ଆଇ (ରାଜସ୍ବ ନିରୀକ୍ଷକ )କାର୍ଯ୍ୟାଳୟ ଠାରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା l ସଂନ୍ଧ୍ୟା ପୂର୍ବରୁ ଜାତୀୟ ପତାକା କୁ ଖୋଲି ଦିଆଯିବା ନିୟମ ରହିଥିଲେ ମଧ୍ୟ ଏଠାରେ ଆର ଆଇ ଙ୍କ ମନ ମାନୀଯୋଗୁଁ ରାତି ପ୍ରାୟ 7 ଟା ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକା ଉଡ଼ୁଥିବା ଦେଖିବାକୁ ମିଳିଥିଲା l ଜାତୀୟ ପତାକା କୁ ଏହା ଅସମ୍ମାନ ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିବାସହିତ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ