ସରକାରୀ ବେସରକାରୀ ଅନୁଷ୍ଠାନରେ ୭୫ତମ ସ୍ୱାଧୀନତା ଦିବସ ପାଳିତ, ବିଭିନ୍ନ ସ୍ଥାନରେ ତ୍ରିରଙ୍ଗାକୁ ଅସମ୍ମାନ
ମୋହନା (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଳକର ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକରେ ୭୫ତମ ସ୍ୱାଧୀନତା ଦିବସ କୋଭିଡ ନିୟମ ଅନୁଯାୟୀ ପାଳନ ହୋଇଯାଇଛି । ମୋହନା ବ୍ଳକ ପରିସରରେ ବିଡିଓ ସାର୍ଥକ ସୌରଭ ମହାପାତ୍ର ପତାକା ଉତୋଳନ କରିଥିବା ବେଳେ ତହସିଲ କାର୍ଯ୍ୟାଳୟରେ ତହସିଲଦାର ସାରଦା ପ୍ରଶ୍ନ ପଣ୍ଡା, ହିଲଟପ୍ ମହାବିଦ୍ୟାଳୟରେ ବିଦ୍ୟାଳୟର ଅଧ୍ୟକ୍ଷ, ଗ୍ରାମ୍ୟ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ପାତ୍ର, ମୋହନା ଥାନା ପରିସରରେ ଥାନା ଅଧିକାରୀ ସୁଜିତ କୁମାର ନାୟକ, ମୋହନା ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ପଚାଂନନ ଦାସ ସାଂସ୍କୃତିକ ଭବନ ନିକଟରେ ପତାକା ଉତୋଳନ କରିଥିଲେ, ମହାରାଜା କୃଷ୍ଣ ଗଜପତି ଯୁବକ ସଂଘ ପରିସରରେ ସଭାପରି ଅଜିତ ପାତ୍ର, ସରକାରୀ ଆଦିବାସୀ ଅନୁସୁଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନାୟକ, ମୋହନା ନିର୍ମାଣ ଶ୍ରମିକ କାର୍ଯ୍ୟାଳୟ ନିକଟରେ ଏସଆଇ ମଲ୍ଲିକ ପତାକା ଉତୋଳନ କରି ସ୍ୱାଧୀନତା ଦିବସ ବିଷୟରେ କିଛି ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିଭଳି ବ୍ଳକ ଶିକ୍ଷାଧିକାରୀ କାର୍ଯ୍ୟାଳୟ, ଅଡବା ଥାନାରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ସରକାରୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭିମନ୍ୟୁ ବେହେରା, ହରଭଙ୍ଗୀ ଜଳବିଭାଜନ କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ, ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଉଲ୍ଲାସ ଚନ୍ଦ୍ର ରାଉତ ପତାକା ଉତୋଳନ କରିଥିଲେ । ଅନ୍ୟପଟେ ତ୍ରୀରଙ୍ଗାକୁ ସମ୍ମାନ ଦିଆଯାଉଥିବା ବେଳେ କିଛି ସ୍ଥାନରେ ବୁଦ୍ଧିଜୀବି, ଆଇନଜିବୀ ଦୁର୍ଯ୍ୟଧନ କରଡା ନିଜ କାର୍ଯ୍ୟାଳୟ ସମ୍ମୁଖରେ ସକଳେ ପତାକା ଉତୋଳନ କରିଥିଲେ କିନ୍ତୁ ସନ୍ଧ୍ୟା ୭.୩୦ ମି ପର୍ଯ୍ୟନ୍ତ ତଳକୁ ଉହ୍ଲାଇ ନଥିଲେ ଯାହାକୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଜଣେ ବରିଷ୍ଠ ଆଇନ ଜିବି, ହୁମାନ୍ ରାଇସର ଜିଲ୍ଲା କୋଡିନେଟର ଥାଇ କିପରି ତ୍ରୀରଙ୍ଗାକୁ ଅସମ୍ମାନ କରିଛନ୍ତି । ସେହିଭଳି ମୋହନା ହାଇସ୍କୁଲ ଛକ ନିକଟରେ ଥିବା ବିନାୟକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରରେ ରାତ୍ର ୧୧.୩୦ ମି ପର୍ଯ୍ୟନ୍ତ ତ୍ରୀରଙ୍ଗା ପତାକା ବାହାରେ ଉଡୁଥିଲା ଯାହାକୁ ତ୍ରିରଙ୍ଗାକୁ ଅସମ୍ମାନ କରାଯାଉଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜାରି ରଖିଥିବା ବେଳେ ଏହି ବ୍ୟକ୍ତିମାନଙ୍କ ନାମରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି ।


