ଶେରଗଡ଼ ବ୍ଲକ ଗସ୍ତରେ ୫ଟି ସଚିବ ଭି. କେ ପାଣ୍ଡିଆନ

ଶେରଗଡ଼, (ବିଭୁ ପ୍ରସାଦ ଦାସ): ୫ଟି ସଚିବ ଭି. କେ ପାଣ୍ଡିଆନଙ୍କ ଶେରଗଡ଼ ବ୍ଲକର ବିଭିନ୍ନ ସ୍ମାର୍ଟ ସ୍କୁଲ ଗ୍ରସ୍ତ, ଭିତ୍ତିଭୂମିର ସମୀକ୍ଷା କଲେ । ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଶେରଗଡ ବ୍ଲକର ବିଭିନ୍ନ ପଞ୍ଚାୟତ ରେ ହୋଇଥିବା ୨୮ଟି ବିଦ୍ୟାଳୟ ଗୁଡିକରେ ସ୍ମାର୍ଟ କ୍ଳାସର ଭିତ୍ତିଭୂମି ଉପରେ ପରିଦର୍ଶନ କରି ଚାଲିଥିବା କାର୍ଯ୍ୟ ର ସମୀକ୍ଷ୍ୟା କଲେ ୫ଟି ସଚିବ। ଅଗଷ୍ଟ ୧୯ ତାରିଖ ଠାରୁ ୨୮ ଯାଏ ଶେରଗଡ଼ ବ୍ଲକ ର ବିଭିନ୍ନ ସ୍ମାର୍ଟ ସ୍କୁଲ ଉଦଘାଟନ କାର୍ଯ୍ୟକ୍ରମ ହେବା କୁ ଥିବା ବେଳେ ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସାରି ସ୍ମାର୍ଟ ସ୍କୁଲ ରେ ପରିଣତ କରିବା ପାଇଁ ସମସ୍ତ ସ୍କୁଲ ରେ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି।ଏହି ବିଦ୍ୟାଳୟ ମାନଙ୍କର ନିର୍ମାଣ ପ୍ରକଳ୍ପକୁ ଓଡ଼ିଶା ବିଧାନସଭା ର ୧୦୦ ଜଣ ବିଧାୟକଙ୍କ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ସୋମବାର ଭୋର ୪ ଟା ରୁ ୫ଟି ସଚିବ ଭି.କେ.ପାଣ୍ଡିଆନ ପ୍ରଥମେ ଶେରଗଡ଼ ବ୍ଲକ ର ନିର୍ମିତ ହୋଇଥିବା ପିତ୍ତଳ ଉଚ୍ଚ ବିଦ୍ୟାଳୟ,ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ,ଧନନ୍ତର ଉଚ୍ଚ ବିଦ୍ୟାଳୟ ,ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଶେରଗଡ଼, ଅଲାରୀଗଡ଼ ଉଚ୍ଚ ବିଦ୍ୟାଳୟ , କରଡାକଣା ଉଚ୍ଚ ବିଦ୍ୟାଳୟ ସହ ବିଭିନ୍ନ ସ୍ମାର୍ଟ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ପରିଦର୍ଶନ କଲେ । ସ୍କୁଲ ପରିଦର୍ଶନ କରିବା ସହିତ ଅବଶିଷ୍ଟ ବାକି ରହିଥିବା କାର୍ଯ୍ୟକୁ ଠିକ ଭାବରେ ନିର୍ଧାରିତ ସମୟରେ ଶେଷ କରିବା ସହିତ ସ୍କୁଲ ରେ ରହିଥିବା ବଗିଚା ଓ ବୃକ୍ଷ ମାନଙ୍କ ଯତ୍ନ କରି ବୃକ୍ଷ ରୋପଣ କରିବା ସହ ସ୍କୁଲ ପିଲାମାନଙ୍କୁ ବିଦ୍ୟାଳୟ ର ସ୍ମାର୍ଟ କ୍ଲାସ ରୁମ, ପରିବେଶ ଓ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝଲେ ।ଏହିପରି ପ୍ରାୟ ୨୦ ଟି ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ଉପରେ ସମୀକ୍ଷା କଲେ । ସ୍ମାର୍ଟ କ୍ଲାସ ଭିତ୍ତିଭୂମିର ରୂପାନ୍ତରି କରଣ ହୋଇଥିବାରୁ ବିଧାୟକଙ୍କ ପରିଦର୍ଶନ ପାଇଁ ତାରିଖ ଧାର୍ଯ୍ୟ ହୋଇଛି।ପ୍ରକଳ୍ପ ସ୍ମାର୍ଟ ସ୍କୂଲ ସର୍ବସମ୍ମତ ଆଦୃତ ହେଲେ, ଓଡିଶାର ସମସ୍ତ ବିଦ୍ୟାଳୟ ଗୁଡିକୁ ଏଭଳି ସ୍ମାର୍ଟ ସ୍କୁଲ ରେ ପରିଣତ କରାଯିବା ସହ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ମିଳିପାରିବ ବୋଲି କୁହାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ