ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଅଫଲାଇନ୍ ପରୀକ୍ଷା କୁ ବିରୋଧ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବିଜ୍ଞାନ ଡ଼ିଗ୍ରୀ ମହାବିଦ୍ୟାଳୟରେ +୩ ର ଛାତ୍ରଛାତ୍ରୀ ମାନେ ତୃତୀୟ ସିମେଷ୍ଟାର ଅଫଲାଇନ୍ ପରୀକ୍ଷା କୁ ବିରୋଧ କରି ସମସ୍ତ ଛାତ୍ରଛାତ୍ରୀ ଅଗଷ୍ଟ ୧୬ ତାରିଖ ଦିନ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଲେଜର ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ପ୍ରକାରେ ବର୍ତ୍ତମାନ ସମୟରେ କରୋନା ଭୟ ରହୁଛି । କରୋନା ସଂକ୍ରମଣ ଭୟ ଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଗଷ୍ଟ ୧୩ ରେ ଅଫଲାଇନ୍ ପରୀକ୍ଷା ନେଇ ସୂଚନା ଦେଇଥିଲେ । ସୂଚନାରେ ସମସ୍ତ ଛାତ୍ରଛାତ୍ରୀ କିପରି ଅଫଲାଇନ୍ ରେ ପରୀକ୍ଷା ଦେଇ ସୁରକ୍ଷିତ ରହିବେ ସେଥିପ୍ରତି କୌଣସି ଗାଇଡ଼୍ ଲାଇନ୍ ର ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଅନ୍ୟ ମହାବିଦ୍ୟାଳୟ ମାନଙ୍କରେ ଅନଲାଇନ୍ ପରୀକ୍ଷା କରାଯାଉଥିବା ବେଳେ ପୋଲସରା ମହାବିଦ୍ୟାଳୟରେ ସମୂହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନ ନଦେଇ ଅଫଲାଇନ ପରୀକ୍ଷା କରିବାକୁ ଦେଇଥିବା ବିଜ୍ଞାପନକୁ ବିରୋଧ କରି ସମସ୍ତ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରି ଅନଲାଇନ୍ ପରୀକ୍ଷା କରିବା ପାଇଁ ଦାବି କରିଥିଲେ । ଛାତ୍ରଛାତ୍ରୀ ବୃନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅନଲାଇନ ପରୀକ୍ଷା କରିବାକୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ବିଶ୍ବବିଦ୍ୟାଳୟ ଭି.ସି.ଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବେ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ