ପୂର୍ବତନ ବ୍ଲକଅଧକ୍ଷ ବିପିନଙ୍କୁ ଦଳ ରୁ ବହିଷ୍କାରକଲା ବ୍ଲକକଂଗ୍ରେସ କମିଟି

ନିମାପଡା, (ସନ୍ତୋଷ ଦାଶ):ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗ ରେ କଂଗ୍ରେସ ନେତା ତଥା ପୁରୀ ଜିଲ୍ଲା କାକଟପୁର ବ୍ଲକ ର ପୂର୍ବତନ ଅଧକ୍ଷ ବିପିନ ମହାନ୍ତି ଙ୍କୁ କାକଟପୁର ବ୍ଲକ କଂଗ୍ରେସ କମିଟି ସଭାପତି ରାଜକିଶୋର ସାହୁ କଂଗ୍ରେସ ଦଳ ର ପ୍ରାଥମିକ ସଭ୍ୟପଦ ରୁ ବହିଷ୍କାର କରିଛନ୍ତି l ଆଜି କୋଣାର୍କ ଠାରେ ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ସାହୁ ଘୋଷଣା କରିଛନ୍ତି l ବ୍ଲକ କଂଗ୍ରେସ କମିଟି ଏହି ନିଷ୍ପତ୍ତି କୁ ଜିଲ୍ଲା କମିଟି ଓ ରାଜ୍ୟ କମିଟି କୁ ଅବଗତ କରାଇଥିବା ସେ ପ୍ରକାଶ କରିଛନ୍ତି l ଏହି ଖବର କାକଟପୁର ନିର୍ବାଚନ ମଣ୍ଡଳୀ ରେ ଚର୍ଚ୍ଚା ର ବିଷୟ ପାଲଟିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ