କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ପକ୍ଷରୁୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସଂଘର ସଭାପତି ଆଶୁତୋଷ ମହାନ୍ତି ଜାତୀୟ ପତାକା ଉତୋଳନ କରିଥିଲେ । ଭାରତର ଏକତା, ସଂହତି ଓ ଅଖଣ୍ଡତା ରକ୍ଷା ସହିତ ଆମ ଜିଲ୍ଳା ଏବଂ ରାଜ୍ୟକୁ ଅଗ୍ରଣୀ ଜିଲ୍ଲା ଭାବେ ଗଢିତୋଳିବା ନିମନ୍ତେ ସମସ୍ତେ ଆନ୍ତରିକ ଉଦ୍ୟମ କରିବା ଆବଶ୍ୟକ ବୋଲି ସଭାପତି ଶ୍ରୀ ମହାନ୍ତି କହିଥିଲେ । ଦେଶର ସ୍ୱାଧୀନତା ପାଇଁ ଯେଉଁ ମହାମନିଷିମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ଜାତିର ପିତା ମହାତ୍ମା ଗାନ୍ଧି, ସୁବାଷ ଚନ୍ଦ୍ର ବୋଷ, ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କର ଭୂମିକା ଅତୁଳନୀୟ ଥିଲା । ଏହି ଉତ୍ôସବରେ ଜିଲ୍ଲାଦୈାରାଜଜ, ଅତିରିକ୍ତ ଜିଲ୍ଲା ଦୈାରାଜଜ ଏବଂ ସମସ୍ତ ଜଜମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ସମ୍ପାଦକ ସେକ ଅଜିମୁଦ୍ଦିନ, କୋଷାଧ୍ୟକ୍ଷ ନିରାକର ପ୍ରଧାନ, ଗଗନ ବିହାରୀ ଜେନା, ସଂଜୟ କୁମାର ଜେନା, ଅରୁଣ ପ୍ରସାଦ ଦାସ, ନିରଞ୍ଜନ ବଳ, ଗୋବର୍ଦ୍ଧନ ରାଉତ, ଗୋକୁଳରଞ୍ଜନ ଦାସ, ପ୍ରମୋଦ ଅଧିକାରୀ, ସୁଧାଂଶୁ ମହାପାତ୍ର, ଗଙ୍ଗା ସାହୁ, ବିଭୁତି କର, ରମଣୀ ରଞ୍ଜନ ରାଉତରାୟ, ଚିତ ରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ