ମନସୁର ବାବା ଅଟୋଚାଳକ ସଙ୍ଘ ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ ପାଳନ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଅଦାଲତ ନିକଟସ୍ଥ ମନସୁର ବାବା ଅଟୋଚାଳକ ସଂଘ ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ସରକାରୀ ଆଇନଜୀବୀ ସଂଜୟ କୁମାର ଜେନା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଭାରତର ଏକତା ଓ ସଂହତି ରକ୍ଷା ସହିତ ଆମ ରାଜ୍ୟ ତଥା ଜିଲ୍ଲାକୁ ଅଗ୍ରଗଣ୍ୟ ଜିଲ୍ଲା ଭାବେ ଗଢିତୋଳିବା ନିମନ୍ତେ ସମସ୍ତେ ଆନ୍ତରିକ ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ । ମହାମନିଷିମାନେ ତାଙ୍କ ଜୀବନକୁ ବଳିଦାନ ଦେଇ ଆମକୁ ସ୍ୱାଧୀନତା ଦେଇଥିଲେ ଏବଂ ଆଜି ୭୫ ତମ ସ୍ୱାଧୀନତା ଦିବସରେ ସେହି ମହାତ୍ମା ମାନଙ୍କୁ ମନେପକାଇବା ସହ ତାଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସମସ୍ତେ ଆନ୍ତରିକ ଉଦ୍ୟମ କରିବାକୁ ଶ୍ରୀ ଜେନା ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିିଟି ସମ୍ପାଦକ ରମଣୀ ରଂଜନ ରାଉତରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ଜିଲ୍ଲା ବିଜେଡି ସଂଖ୍ୟା ଲଘୁ ସେଲ ସଭାପତି ସେକ ଇନାୟତ(ଚନ୍ଦନ), ରଂଜନ କୁମାର ପଣ୍ଡା, ସତ୍ୟବ୍ରତ ସିଂ, ହାଡିବନ୍ଧୁ ସିଂ, ମାନସ ରଂଜନ ଧଳ, ଅକ୍ଷୟପ୍ରିୟ ଦାସ,ଧିରେନ୍ଦ୍ର ଦାସ, ସଂଘର ସଭାପତି ମୀର ଦାରେଗା, ସମ୍ପାଦକ ସେକ ମୁସ୍ତାକିମ, ଗୁଳଜାର ଖାନ, ଆୟୁବ ଖାନ, ଜବର ଖାନ, ସେଖ ସଲାଉଦ୍ଦିନ, ସେଖ ସାବନ, ଶେଖ ଆବିଦ, ଶେଖ ମୋତି, ଶେଖ ମହମ୍ମଦ, ମିରତା ବେଗ, ସେଖ ୟୁସୁଫ, ଦିପକ ପ୍ରଧାନ, ମୀର ପପୁ, ସେକ ରାଜା, ସେକ ଅନିସୁଦ୍ଦିନ, ସେକ ଆକବର, ସେକ ମୋତି ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ