ଗୋପାଳପୁର-ତରତରା ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଗୋପାଳପୁର-ତରତରା ରାସ୍ତା ନିର୍ମାଣର ଭିତ୍ତିପ୍ରସ୍ଥର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ସରୋଜ କୁମାର ଦଣ୍ଡପାଟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାର ଭିତ୍ତିପ୍ରସ୍ଥର ସ୍ଥପେନ କରିଥିଲେ । ୨କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ରାସ୍ତାରେ ଚୋରଗଡିଆ, ଗୋପାଳପୁର, ଘୋଷରାପଦା, ରଗୁଡି, ମହ୍ଲାରପଦା, ବାହିଆ-ବାରଦଣ୍ଡ, କାଠକଟା ଆଦି ଗ୍ରାମର ଲୋକମାନେ ସୁରୁଖୁରୁରେ ଯାତାୟତ କରିପାରିବେ । ଏହି ଉତ୍ସବରେ କନିଷ୍ଠଯନ୍ତ୍ରୀ କ୍ଷୀରୋଦ କୁମାର ବେହେରା, ଠିକାଦାର ଦେବେନ୍ଦ୍ର କୁମାର ଜେନା, ରବିନ୍ଦ୍ର କୁମାର ସାହୁ, ସୁଧାକର ଓଝା, ଧବଳେଶ୍ୱର ପଟ୍ଟନାୟକ, ସନ୍ତୋଷ ସାମଲ, ଶଶଧର ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ