ମହିଳା ମହାସଙ୍ଗର ବୈଠକ ଅନୁଷ୍ଠିତ
ଧାମନଗର (ସନ୍ତୋଷ କୁମାର ପ୍ରଧାନ): ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଶନଶକ୍ତି ମାଧ୍ୟମରେ ବିପୁଳ ଅର୍ଥ ବ୍ୟୟବରାଦ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରୁଛନ୍ତି। ତେବେ ଓଡିଶା ଜୀବିକା ମିଶନ ପକ୍ଷରୁ ମଙ୍ଗଳବାର ଦିନ ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ କଯ୍ୟାଳୟରେ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ ଓ ଧାମନଗର ମିଶନଶକ୍ତିର ବ୍ଲକ ସଂଯୋଜିକା ଦୀପାଞ୍ଜଳି ରାୟଙ୍କ ଉପସ୍ଥିତିରେ ମହିଳା ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପଞ୍ଚାୟତରେ ୮୭ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ ହୋଇଥିବାବେଳେ ଏଥିରେ ୮ ଶହରୁ ଉର୍ଦ୍ଧ ମହିଳା ସଦସ୍ୟା ଅଛନ୍ତି। ମିଶନଶକ୍ତି କ୍ଷେତ୍ରରେ ସୁବିଧା ସୁଯୋଗର ସଫଳ ରୂପାୟନ କ୍ଷେତ୍ରରେ ମହିଳାମାନେ କେତେ ପରିମାଣରେ ସ୍ୱାବଲମ୍ବୀ ଓ ନିଜସ୍ୱ ପ୍ରଚେଷ୍ଟାରେ ଆର୍ଥିକ ସ୍ତରରେ ସଂବୃଦ୍ଧି ହାସଲ କରିଛନ୍ତି ତାହାରି ଉପରେ ଶ୍ରୀ ନାୟକ ସମୀକ୍ଷା କରିବା ସହ ପଞ୍ଚାୟତର ହୋଇଥିବା ମିଶନଶକ୍ତି ଗୃହ କାର୍ଯ୍ୟକାରୀ କରିବା ସମ୍ପର୍କରେ ଗୋଷ୍ଠିର ମହିଳାଙ୍କ ସହ ଆଲୋଚନା କରିଥିଲେ। ଏହି ସଭାରେ ରାଧାବଲ୍ଲଭପୁର ପଞ୍ଚାୟତର ସରପଞ୍ଚ ଟୁନିବାଳା ବିଶ୍ୱାଳ, ସମିତି ସଭ୍ୟ ରଞ୍ଜିତ ଜେନା, ନ୍ୟାବ ସରପଞ୍ଚ ମନୋଜ ଦାସ, ମହିଳା ମହାସଙ୍ଗର ସଭାପତି ମିତାମଞ୍ଜୁରୀ ବେହେରା, ସମ୍ପାଦିକା ବନିତା ପଣ୍ଡା ଓ ଏମବିକେ, ସିଆରପି ମାନେ ଉପସ୍ଥିତ ଥିଲେ।


