ମୟୂରଭଂଜ ଜିଲ୍ଲାପାଳ କୁସୁମି ବ୍ଲକର ଅଙ୍ଗନବାଡି କେନ୍ଦ୍ର ଓ ମିଶନଶକ୍ତିଗୃହ ଶୁଭାରମ୍ଭ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାପାଳ ଭୀନିତ ଭରଦ୍ବାଜ ମଙ୍ଗଳବାର ଦିନ କୁସୁମି ବ୍ଳକ ଗସ୍ତରେ ଆସି ବିଭିନ୍ନ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ଓ ମିଶନ ଶକ୍ତି ଗୃହ ଶୁଭାରମ୍ଭ ସହ ୫ଟି ଅଧିନସ୍ଥ ବିଦ୍ଯାଳୟର କାର୍ଯ୍ଯ ପରିଦର୍ଶନ କରି ଫେରି ଯାଇଛନ୍ତି ।ତାଙ୍କ ସହିତ ଗ୍ରାମ୍ଯ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଅନ୍ବେଷା ରେଡି,ବାମନଘାଟୀ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା,କୁସୁମି ବ୍ଳକ ବିଡିଓ ଲକ୍ଷ୍ମଣ ସୋରେନ,ବ୍ଳକ ଅଧ୍ଯକ୍ଷା ଚନ୍ଦ୍ରିକା ଟୁଡୁ ଏବଂ ଅନ୍ଯାନ୍ଯ ପଦାଧିକାରୀ ଉପସ୍ଥିତ ଥିଲେ ।ପ୍ରଥମେ ଦିବା ୧୦.୩୦ରେ କୁସୁମି ବ୍ଳକର ଶାମସୁନ୍ଦପୁର ଢଡା ସାହିର ଆଦର୍ଶ ଅଙ୍ଗନବାଡି କେନ୍ଦ୍ରର ଶୁଭାରମ୍ଭ କରିଥିଲେ ।ସେଠାକାର ଅଙ୍ଗନବାଡି କର୍ମି ପୁଷ୍ପ,ଚନ୍ଦନ ଦେଇ ପାଛୋଟି ନେଇଥିଲେ ।ରାଜ୍ଯ ଛାତ୍ର ବିଜେଡି ସଂପାଦକ ବିକାଶ ମହାନ୍ତ ଉପସ୍ଥିତ ରହି କାର୍ଯ୍ଯ ପରିଚାଳନାରେ ସହଯୋଗ କରିଥିଲେ ।ସେହିଭଳି ପୁରୁଣିଆ ପଞ୍ଚାୟତର ବନଗଯାଇ ଗ୍ରାମର ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ଗୃହର ଶୁଭାରମ୍ଭ ,ଆହାରବନ୍ଧ ଗ୍ରାମର ଆଦର୍ଶ ଅଙ୍ଗନବାଡି ଗୃହ ଶୁଭାରମ୍ଭ,ବାଦାମପାହାଡ ହାଇସ୍କୁଲ ୫-ଟି ସ୍କୁଲ ରୂପାନ୍ତରୀଣ କାର୍ଯ୍ଯ ପରିଦର୍ଶନ,ଧାଙ୍ଗିଡିମୁତା ପଞ୍ଚାୟତର ତିମିତିମା ଗ୍ରାମର ମିଶନ ଶକ୍ତି ଗୃହ ଶୁଭାରମ୍ଭ,ହାଟବାଦଡା ହାଇସ୍କୁଲ ୫-ଟି ରୂପାନ୍ତରୀଣ କାର୍ଯ୍ଯ ପରିଦର୍ଶନ, ସହ ଜାମଦା ବ୍ଳକର ଧଳପୁର ହାଇସ୍କୁଲ ୫-ଟି ସ୍କୁଲ ରୂପାନ୍ତରୀଣ କାର୍ଯ୍ଯ ଦେଖିଥିଲେ ।ଶେଷରେ ରାଇରଙ୍ଗପୁର ବ୍ଲକର ମହିଷାନେଦା ଗ୍ରାମର ଇଡକୋ ପ୍ଲଟକୁ ଯାଇଥିଲେ ।ପରେ ଅପରାହ୍ନ ୪.୪୫ ରେ ବାରିପଦା ଫେରିଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ