ଭୋଟର ତାଲିକା ଚୂଡାନ୍ତ ପ୍ରକାଶନ ନିମନ୍ତେ ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଫଟୋ ଭୋଟର ସମ୍ପୂର୍ଣ୍ଣ ତଥ୍ୟ ସମ୍ବଳିତ ପ୍ରକାଶ ନିମନ୍ତେ ବୁଧବାର ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସେ ଜଣାଇଥିଲେଯେ ଆଗାମୀ ତା. ୦୧.୦୧.୨୦୨୨ ରିଖ ଦିନ ନିର୍ଭୁଲ ତଥ୍ୟ ସମ୍ବଳିତ ସୁସ୍ଥ ଓ ସମ୍ପୂର୍ଣ୍ଣ ଫଟୋ ଭୋଟର ତାଲିକା ପ୍ରକାଶନ କରିବା ଲକ୍ଷ୍ୟ ରଖାଯାଇଛି । ଏଥି ସକାଶେ ଚଳିତ ମାସ ଅଗଷ୍ଟ ୯ ତାରିଖ ଠାରୁ ତା.୩୧.୧୦.୨୦୨୧ ରିଖ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀଗଣ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରି ଭୋଟର ତାଲିକା ସଂଶୋଧନ କରାଉଛନ୍ତି । ଆଗାମୀ ୧ନଭେମ୍ବର ୨୦୨୧ ଦିନ ସମ୍ପୂର୍ଣ୍ଣ ସମ୍ବଳିତ ଭୋଟର ତାଲିକା ଭୋଟ ଦାତାଙ୍କ ସକାଶେ ପ୍ରକାଶନ କରାଯିବ । ନଭେମ୍ବର 1 ତାରିଖ ଠାରୁ ନଭେମ୍ବର ୩୦, ୨୦୨୧ ପର୍ଯ୍ୟନ୍ତ ଭୋଟ୍ ଦାତାଗଣ ଭୋଟ ତାଲିକା ପରଖି ସେମାନଙ୍କର ଆପତ୍ତି ଅଭିଯୋଗ ନିର୍ଦ୍ଧାରିତ ଫର୍ମ ପୂରଣ କରି ଦାଖଲ କରିପାରିବେ । ତା.୨୦.୧୨.୨୦୨୧ ରିଖ ମଧ୍ୟରେ ସେମାନଙ୍କର ଆପତ୍ତି ଅଭିଯୋଗ ଶୁଣାଣୀ ହେବ । ୨୦୨୨ ମସିହା ଜାନୁୟାରୀ ୫ ତାରିଖ ଦିନ ସଂଶୋଧିତ ଭୋଟର ତାଲିକା ପ୍ରକାଶନ କରାଯିବ । ୨୦୨୨ ମସିହା ଜାନୁୟାରୀ ୧ ତାରିଖ ସୁଦ୍ଧା ଯେଉଁ ମାନଙ୍କର ୧୮ ବର୍ଷ ବା ତଦୁର୍ଦ୍ଧ୍ବ ସେମାନେ ଫର୍ମ ନମ୍ବର ୬ ପୂରଣ କରି ନିଜ ନାମ ସଂଶୋଧନ କରାଇପାରିବେ । ଭୋଟର ତାଲିକାରେ ଭୋଟର ଦାତା ଗଣ ନାମ ସଂଯୋଗ, ସ୍ଥାନାନ୍ତରିତ ବ୍ୟକ୍ତି ଓ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ବାଦ୍, ତତ୍ ସହିତ ଭୋଟର ତାଲିକାରେ ରହିଥିବା ତୃଟିକୁ ସମ୍ପୂର୍ଣ୍ଣ ରୂପେ ସଂଶୋଧନ କରିବା ନିମନ୍ତେ ଭୋଟଦାତାର ନିର୍ଦ୍ଧାରିତ ଫର୍ମ ପୂରଣ କରି ନିର୍ଭୂଲ ଭୋଟର ତାଲିକା ପ୍ରକାଶନ କରିବା ପାଇଁ ସହଯୋଗ କରିବା ପାଇଁ କୁହାଯାଇଛି । ଚଳିତ ବର୍ଷ ଭୋଟର ତାଲିକା ନୂତନ ଭାବେ ନାମ ସଂଯୋଗ କରିବା ବ୍ୟକ୍ତି ଅନ୍ ଲାଇନ୍ ମାଧ୍ୟମରେ ଫୋନ୍ ନମ୍ବର ତଥ୍ୟ ସହିତ ନାମ ପଞ୍ଜିକରଣ କରାଇବେ ଏବଂ ସେମାନେ ଆଧାର କାର୍ଡ ଡାଉନ୍ ଲୋଡ୍ କରିବା ଭଳି ଭୋଟର ପରିଚୟପତ୍ର ମଧ୍ୟ ଡାଉନ୍ ଲୋଡ୍ କରି ପାଇ ପାରିବେ । ଏଥି ନିମନ୍ତେ ଭୋଟର ହେଲପିଙ୍ଗ ମୋବାଇଲ୍ ଆପ୍ ଅନ୍ ଲାଇନ୍ ଫର୍ମ ପୂରଣ କରିପାରିବେ ଏବଂ ଏନ୍.ଭି.ଏଚ୍.ପି. ପୋର୍ଟାଲରେ ପରିଚୟ ପତ୍ର ଡାଉନ୍ ଲୋଡ୍ କରିବାର ସୁବିଧା ପାଇବେ । ଏ ସମ୍ପର୍କରେ ଆଲୋଚନା କରିବା ନିମନ୍ତେ ଜିଲ୍ଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଗଣ ଓ ସମ୍ବାଦିକଙ୍କୁ ନେଇ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡେପୁଟି କଲେକ୍ଟର ନିର୍ବାଚନ ଡଃ ବିଜୟାନନ୍ଦ ସେଠୀ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଆସିଷ୍ଟାଣ୍ଟ କଲେକ୍ଟର ଅଶୋକ ପ୍ରଧାନ, ଜ଼ିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଏମ. ସୁଜାତା ପାତ୍ର, ସିପିଆଇଏମ ଜ଼ିଲ୍ଲା ସମ୍ପାଦକ କୈଳାଶ ଷଡ଼ଙ୍ଗୀ, ବିଜେପି ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଛତ୍ରପୁର ନଗର ସଭାପତି ସଂଜିତ କୁମାର ରାଉଳଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଗଣ ଏବଂ ସାମ୍ବାଦିକଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ