ବିକାଶମୂଳକ ପ୍ରକଳ୍ପରେ ନାଉଗାଁ ବ୍ଲକ ବାଦ୍ : ଛାତ୍ର କଂଗ୍ରେସ ପକ୍ଷରୁ ବିଧାୟକଙ୍କ କୁଶପୁତଳିକା ଦାହ
ନାଉଗାଁ, (ୱାଇଏନ୍ଏସ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଶୁକ୍ରବାର ଜଗତସିଂହପୁର ଜିଲ୍ଲା ପାଇଁ ୨୧୫କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଜରିଛନ୍ତି । କିନ୍ତୁ ନାଉଗାଁ ବ୍ଳକ ପାଇଁ କୌଣସି ପ୍ରକଳ୍ପ ନାହିଁ । ଯାହାକୁ ନେଇ ନାଉଗାଁ ବ୍ଲକସ୍ଥିତ ନାଉଗାଁ ବଜାର ଠାରେ ଛାତ୍ର କଂଗ୍ରେସ ପକ୍ଷରୁ ବୁଧବାର ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ କୁଶପୁତଳିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ପ୍ରିତମ ପରିଜାଙ୍କ ନେତୃତ୍ୱରେ ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସଂପାଦକ ରଶ୍ମୀରଂଜନ ତ୍ରିପାଠୀ, ମୁଖପାତ୍ର କ୍ରିଷ୍ଣାନନ୍ଦ ସାହୁ, ସଂପାଦକ ନାରାୟଣ ଲେଙ୍କା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସ୍ମୃତି ରଂଜନ ଜେନା, ପ୍ରଦେଶ ଛାତ୍ର ସଂପାଦକ ସୌମ୍ୟସଂଜୀବ ଦାସ, ପ୍ରସାର ବିଶ୍ୱାଳ, ଅମନଦୀପ ରାଉତ, ନିଗମାନନ୍ଦ ସ୍ୱାଇଁ, ଆଶୁତୋଷ ପରିଡା, ଦେବସ୍ନାନ ସ୍ୱାଇଁ, ଆଶିଷ ଦାସ ପ୍ରମୁଖ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କୁଶପୁତଳିକା ଦାହ କରିଥିଲେ ।


