ଗଞ୍ଜମ ବ୍ଲକରେ ମେଗା ସମନ୍ୱୟ ମେଳା ଓ ଋଣ ପ୍ରଦାନ : ୪୧୨ ମହିଳା ଗୋଷ୍‌ଠୀକୁ ୧୦.୨୭ କୋଟି ଋଣ ପ୍ରଦାନ

ଗଞ୍ଜାମ, (ବିନୋଦ ପଲେଇ): ଗଞ୍ଜମ ବ୍ଲକର ସମ୍ମଳନୀ କକ୍ଷ ଠାରେ ଓଡ଼ିଶା ମିଶନ ଶକ୍ତି ବିଭାଗ ତରଫରୁ ମେଗା ସମନ୍ୱୟ ମେଳା ଓ ସ୍ଵୟଂ ସହାୟକ ଗୋଷ୍ଠୀ କୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ ଋଣ ସୁ ବିନିଯୋଗ କରି ପ୍ରତ୍ୟକ ମହିଳା ସ୍ଵବାଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ରୂପେ,ଗଞ୍ଜମ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ ,ବିଡ଼ିଓ ପ୍ରୋଭାସିନ ଆଇଏଏସ ମଧୁମିତା,ଗଞ୍ଜମ ସିଡିପିଓ ସଲୀଳା ପ୍ରଧାନ,ପ୍ରମୁଖ ଯୋଗଦେଇଥିଲେ। ମିଶନ ଶକ୍ତିର ବିପିଏମ୍ ଜଳନ୍ଧର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗଞ୍ଜମ ବ୍ଲକ ର ୪୧୨ ଟି ସ୍ଵୟଂ ସହାୟକ ଗୋଷ୍ଠୀ କୁ ନଅଟି ବ୍ୟାଙ୍କ ମାଧ୍ୟମରେ ୧୦ କୋଟି ୨୭ ଲକ୍ଷ୍ୟ ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିଲା,।UGB ହୁମ୍ମା ୧୪୦ ଟି SHG ୩୬ କୋଟି ୨୬ ଲକ୍ଷ୍ୟ SBI ଗଞ୍ଜମ SHG କୁ ୧କୋଟି ୩୫ ଲକ୍ଷ୍ୟ ,SBI ରମ୍ଭା ୪୩ଟି SHG କୁ ୧ କୋଟି ୨୮ ଲକ୍ଷ୍ୟ,UCO ସନ୍ତୋଷ ପୁର ୫୦ ଟି SHG କୁ ୧ କୋଟି 22 ଲକ୍ଷ୍ୟ ,SBI ହୁମ୍ମା ୪୦ ଟି SHG କୁ ୯୬ ଲକ୍ଷ୍ୟ , UGB ଗଞ୍ଜମ ୨୦ ଟି SHG କୁ ୩୦ ଲକ୍ଷ୍ୟ,PNB ରମ୍ଭା ୩୦ ଟି SHG କୁ ୯୫ ଲକ୍ଷ୍ୟ,କାନାରା ଗଞ୍ଜମ ୧୫ ଟି SHG କୁ ୩୬ ଲକ୍ଷ୍ୟ,UNION ରମ୍ଭା ୨୪ ଟି SHG କୁ ୫୧ ଲକ୍ଷ୍ୟ ଟଙ୍କା ପ୍ରଦାନ କରିଥିଲେ।ଏହି ଟଙ୍କାକୁ SHG ମାନେ ବିଭିନ୍ନ ଭିତ୍ତିରେ ବିନିଯୋଗ କରିବା କଥା କହିଥିଲେ। ମିଶନ ଶକ୍ତି ବିଭାଗର ବିପିସି ଚନ୍ଦନ କୁମାର ପାଢ଼ୀ, ଶ୍ରୀଲକ୍ଷ୍ମୀ ଆକାଉଣ୍ଟାଣ୍ଟ ମିନେନ୍ଦ୍ର ଦଳେଇ,ଭାନୁମତି ଜେନା ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ