ବେଗୁନିଆପଡା ବ୍ଲକର ଅଜବ ନୀତି
ବେଗୁନିଆପଡା(ଯୁଗାବ୍ଦ ନ୍ୟୁଜ):ସରକାରୀ କର୍ମଚାରୀ ମାନଙ୍କୁ କର୍ମ ତତ୍ପର ତଥା ଦୁର୍ନୀତିମୁକ୍ତ କରାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି ।ସେଥିପାଇଁ 5T ଯୋଜନା କାର୍ଯ୍ୟକ୍ରମ ଚାଲିଛି । କିନ୍ତୁ ଏହାକୁ ଚାଲେଞ୍ଜ କଲାଭଳି କାର୍ଯ୍ୟ ଯଦି ପ୍ରଶାସନ ଓ ଜନପ୍ରତିନିଧି କରନ୍ତି ତାହେଲେ ଦୋଷ କାହାକୁ ଦିଆଯିବ? ଏଭଳି ଏକ ଘଟଣା ଘଟିଛି ଖୋଦ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ । କିଛି ଅଙ୍ଗନବାଡି ସହାୟିକାଙ୍କୁ ବ୍ଲକ ସଫା କରିବା ପାଇଁ ଦାଇତ୍ୱ ଦିଆଯାଇଛି ।ଏଥିରୁ ଜଣାପଡୁଛି ବେଗୁନିଆପଡା ବ୍ଲକରେ କେମିତ ଚାଲିଛି ଶାସନ । ଯଦି ଅଙ୍ଗନବାଡି ସହାୟିକା ବ୍ଲକ ସଫା କରୁଛନ୍ତି ତାହେଲେ ଶିଶୁଙ୍କ ପାଇଁ ରୋଷଇ କରୁଛି କିଏ? ଉକ୍ତ ସହାୟିକାଙ୍କୁ ଏବିଷୟରେ ପଚରାଯିବାରୁ ସେମାନେ କହିଲେ ସକାଳ ନଅଟା ସୁଦ୍ଧା କାର୍ଯ୍ୟ।ଳୟରେ ନପହଁଚିଲେ ଦରମା ବନ୍ଦ ହେବବୋଲି ସୁପରଭାଇଜର କହିଛନ୍ତି । କେନ୍ଦ୍ରରେ ଶିଶୁଙ୍କ ପାଇଁ ରୋଷଇ କିଏ କରୁଛି ପ୍ରଶ୍ନ କରିବାରୁ “ଯେହେତୁ ଆମକୁ ସକାଳ ନଅ’ଟା ସୁଦ୍ଧା ପହଂଚିବାକୁ ନିର୍ଦେଶ ହୋଇଛି ତେଣୁ ଆମେ ରୋଷଇ କରିନୁ ବୋଲି କିଛି ସହାୟିକା ପ୍ରକାଶ କରିଛନ୍ତି । ଏଥିରୁ ପ୍ରଶ୍ନ ଉଠୁଛି ପ୍ରଶାସନ କଣ ଜାଣିଶୁଣି ଶିଶୁଙ୍କୁ ଭୋକରେ ରଖୁଛି? ଶିଶୁଙ୍କ ମାନସିକ ତଥା ଶାରୀରିକ ଦକ୍ଷତା ବୃଦ୍ଧି କରିବା ପାଇଁ ଆସୁଥିବା ପୁଷ୍ଟିକର ଖାଦ୍ୟ କଣ ପ୍ରହସନ? ବ୍ଲକ ପରିସର ସଫା କରିବା ସମ୍ପର୍କରେ ପ୍ରଶ୍ନ ହେବାରୁ ସ୍ୱଚ୍ଛ ଭାରତ ମିଶନରେ ସଫା କରିବା ପାଇଁ ଆମକୁ ସିଡିପିଓ ଓ ସୁପରଭାଇଜର କହିଛନ୍ତି ବୋଲି କିଛି ସହାୟିକା ପ୍ରକାଶ କରିଛନ୍ତି । ଠିକ ଅଛି ସ୍ୱଚ୍ଛ ଭାରତ ମିଶନ ଏକ ଉତ୍ତମ କାର୍ଯ୍ୟ ଏହା ହେବାବି ଆବଶ୍ୟକତା ବୋଲି କଣ କୋମଳମତି ଶିଶୁଙ୍କୁ ଭୋକରେ ରଖି ସ୍ୱଚ୍ଛ ଭାରତ ମିଶନ କରାଯାଇପାରେ? ଏଥିପାଇଁ ଦାୟୀ କିଏ? ରାଜ୍ୟ ସରକାର? ନା ପ୍ରଶାସନ? ନା ଜନପ୍ରତିନିଧି? ହେଲେ ପ୍ରଶ୍ନ ଉଠୁଛି ଏ ସମ୍ପର୍କରେ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ସହ ଆମ ପ୍ରତିନିଧି ଯୋଗାଯୋଗ କରିବା ପାଇଁ ଫୋନ କରିବାରୁ ସେ ଫୋନ ଉଠାଇନଥିଲେ ।


