ଅଧ୍ୟକ୍ଷଙ୍କୁ ମାଡ ଘଟଣା, ଆଞ୍ଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚ ପକ୍ଷରୁ ନିନ୍ଦା

ହାଟଡ଼ିହି, (ବିକାଶ ବିଶ୍ୱାଳ): ବଉଳା ଯୁକ୍ତ ଦୁଇ କଲେଜ ସୋସୋର ଅଧ୍ୟକ୍ଷଙ୍କୁ ରାସ୍ତାରେ ଅଟକାଇ ମାଡ ମରାଯିବା ସହିତ ତାଙ୍କ ଗାଡି ଓ ମୋବାଇଲକୁ ଭଙ୍ଗାରୁଜା କରିବା ଘଟଣାକୁ ନେଇ ଆଞ୍ଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚ ବଉଳା ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ପୁଲିସ କାର୍ଯ୍ୟାନୁଷ୍ଠାନରେ ଶିଥିଳତା ନେଇ ଆସନ୍ତାକାଲି ପ୍ରଶାସନିକ ଅଧିକାରୀଙ୍କୁ ଦାବିପତ୍ର ଦିଆଯିବା ନେଇ ନିଷ୍ପତି ହୋଇଛି । ଆଜି ଆଞ୍ଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚ ବଉଳାର ସଭାପତି ପର୍ଶୁରାମ ପେଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏକ ବୈଠକରେ ବିଦ୍ୟାଧର ପୁହାଣ, ବିକ୍ରମ କେଶରୀ ବିଶ୍ୱାଳ, ନବଘନ ପଣ୍ଡିତ, ନାରାୟଣ ଚନ୍ଦ୍ର ଲେଙ୍କା, ପ୍ରଫୁଲ ମହାନ୍ତି, ରବିନାରାୟଣ ପାତ୍ର, ଗୋପାଳ ରାଉତ, ବୈଲୋଚନ ନାୟକ, ନରହରି ପାତ୍ର, ନାରାୟଣ ଚନ୍ଦ୍ର ବିଶ୍ୱାଳ, ପ୍ରଣବ ମହାନ୍ତି, ନାରାୟଣ ଚନ୍ଦ୍ର ରାଉତ, ଭୁବନାନନ୍ଦ ପଟ୍ଟନାୟକ, ରଙ୍ଗାଧର ସିଂ, ବସନ୍ତ ଦାସ ପ୍ରମୁଖ ଯୋଗଦେଇ ନେଇ ଜଣେ ଅଧ୍ୟକ୍ଷଙ୍କୁ ପୁର୍ବତନ ଅଧ୍ୟକ୍ଷ ରାସ୍ତା ମଝିରେ ଆକ୍ରମଣ କରି ଗାଡି ଓ ମୋବାଇଲ ଭଙ୍ଗାରୁଜା କରିବା ଅତ୍ୟନ୍ତ ନିନ୍ଦାର ବିଷୟ ବୋଲି କହିଥିଲେ । ଅଧ୍ୟକ୍ଷ ଏନେଇ ଆଗରପଡା ଥାନାରେ ଅଭିଯୋଗ କରିଥିଲେବି ପୁଲିସ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ଅଧ୍ୟକ୍ଷଙ୍କୁ ଗିରଫ ନକରିବା ପରିତାପର ବିଷୟ ବୋଲି ମତବ୍ୟକ୍ତ କରିଥିଲେ । ତେଣୁ ଆସନ୍ତା କାଲି ଏନେଇ ଆନନ୍ଦପୁର ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ବୈଠକରେ ନିଷ୍ପତି ହୋଇଥିଲା । ଏଠାରେ ସୁଚନାଯୋଗ୍ୟ ଯେ ବଉଳା ଯୁକ୍ତ୨ କଲେଜର ଅଧ୍ୟକ୍ଷ ଶିବଚରଣ ଖାମୁରାଇ ଗତ ୧୧ତାରିଖ ଦିନ ଦୁଇଟାବେଳେ କଲେଜରୁ ଘରକୁ ଫେରୁଥିବାବେଳେ ଆଗରପଡା ଭଦ୍ରକ ରାସ୍ତାର ମହାବୀର କ୍ରସର ନିକଟରେ ଏକ ନିଛାଟିଆ ସ୍ଥାନରେ ସେହି କଲେଜର ପୁର୍ବତନ ଅଧ୍ୟକ୍ଷ ସୁବାସ ନାୟକ ଅନ୍ୟ କିଛି ଯୁବକଙ୍କ ସହ ମିଶି ତାଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ମୋବାଇଲ ଓ ଗାଡି ଭଙ୍ଗାରୁଜା କରିଥିଲେ ବୋଲି ଅଧ୍ୟକ୍ଷ ଆଗରପଡା ଥାନାରେ ଅଭିଯୋଗ କରିବାପରେ ପୁଲିସ କେସନଂ ୧୯୩/୨୧ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ