ପଦ୍ମଶ୍ରୀ ଡ.ସତ୍ୟନାରାୟଣ ରାଜଗୁରୁଙ୍କ ୧୧୯ତମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳା ମାଟିର ସୁଯୋଗ୍ୟ ସନ୍ତାନ ପ୍ରତିଭାବାନ ସ୍ୱର୍ଗତ ପଦ୍ମଶ୍ରୀ ଡ.ସତ୍ୟନାରାୟଣ ରାଜଗୁରୁଙ୍କ ୧୧୯ତମ ଜୟନ୍ତୀ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ପଦ୍ମଶ୍ରୀ ଡ. ସତ୍ୟନାରାୟଣ ରାଜଗୁରୁଙ୍କ ୧୧୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଜୟନ୍ତୀ ପାଳନ ଅବସରରେ ସକାଳ ସମୟରେ ସହରରର କୋର୍ଟ ଛକ ଠାରେ ଥିବା ସ୍ୱର୍ଗତ ରାଜଗୁରୁଙ୍କ ପ୍ରତି ମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ସନ୍ଧ୍ୟା ସମୟରେ ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ଡ.ସତ୍ୟନାରାୟଣ ରାଜଗୁରୁ ସ୍ମୃତି ସଂସଦର ଆନୁକୁଲ୍ୟରେ ଏକ ସ୍ମୃତିସଭା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ସ୍ୱର୍ଗତ ରାଜଗୁରୁଙ୍କୁ ଏକା ଧାରରେ ଜଣେ ଐତିହାସିକ, ଲିପିତତ୍ୱ, ସାହିତିକ, ପ୍ରାବନ୍ଧିକ, ନାଟ୍ୟକାର, ଗବେଷକ ଆଦି ବହୁମୁଖୀ ପ୍ରତିଭାର ଅଧିକାରୀ ହୋଇଥିବାରୁ ୧୯୭୪ ମହସିରେ ଭାରତ ସରକାରଙ୍କ ଠାରୁ ପଦ୍ମଶ୍ରୀ ଉପାଧି ପାଇଥିଲେ ବୋଲି ସ୍ମୃତିଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା, ଓଡିଶା ସାହିତ୍ୟ ଏକାଡେମିର ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ରାଷ୍ଟ୍ରପତି ପୁରସ୍କାର ଗ୍ରହୀତା ତଥା ଅବସରପ୍ରାପ୍ତ ଶିକ୍ଷାବିତ ବିନୋଦ ଚନ୍ଦ୍ର ଜେନା, ଡ.ସତ୍ୟନାରାୟଣ ରାଜଗୁରୁଙ୍କ ସୁପୁତ୍ର ସୀତାକାନ୍ତ ରାଜଗୁରୁ, ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ସହରର ମାନ୍ୟଗଣ୍ୟବ୍ୟକ୍ତି ବିଶେଷ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ