କୋଣାର୍କରେ ଅମୃତ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ
କୋଣାର୍କ (ଗଣେଶ ବେହେରା): ବିଶ୍ବ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ମହାସମାରୋହରେ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ପୁରୀଜିଲ୍ଲା ନେହେରୁ ଯୁବକେନ୍ଦ୍ର ସହାୟତାରେ କୋଣାର୍କର ଅଗ୍ରଣୀ ସାମାଜିକ ସଂଗଠନ ଫ୍ରେଣ୍ଡସ କ୍ଲବ, ଶିରିପୁର ଓ ସାମାଜିକ ସଂଗଠନ ସଂମ୍ପର୍କ ମିଳିତ ଆନୁକୁଲ୍ୟରେ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରୁ ଆରମ୍ଭ କରାଯିବ ବୋଲି ସ୍ଥିରୀକୃତ ହୋଇଛି। ପୁରୀଜିଲ୍ଲାର ୭୫ଗୋଟି ଅନୁବନ୍ଧିତ ଯୁବକ ସଂଘ, ମହିଳା ସଂଗଠନ ଓ ସାମାଜିକ ସଂଗଠନ ଦ୍ବାରା ୫ହଜାର ୭ଶହ ଯୁବକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିବସ ମାନଙ୍କରେ ସାମିଲ କରାଯାଇ ସୁସ୍ଥ ଓ ନିରାମୟ ରହିବା ପାଇଁ ଯୋଗ, ପ୍ରାଣାୟାମ ଓ ଦୌଡ଼ ପ୍ରତିଯୋଗିତା କରାଯାଇ ଦିନକୁ ଅଧଘଣ୍ଟା ମଧ୍ୟରେ ଫିଟନେସ ରହିବା ପାଇଁ ପରାମର୍ଶ ଦିଆଯିବ। ବିଶେଷକରି ଫିଟ ଇଣ୍ଡିଆ ଓ ଫିଟନେସରନ ସ୍ବରୂପ ୫କିମି ବ୍ଯାପି ଏକ ଦୈଡ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରସ୍ତୁତି ବୈଠକରେ ଆଂଚଳିକ ନିର୍ଦ୍ଦେଶକ ନବୀନ ନାୟକ, ଉପନିର୍ଦ୍ଦେଶକ ବିମଳ ପ୍ରସାଦ ଶାହା, ଯୁବ ସଂଯୋଜକ ଜୟ ଶଙ୍କର ଯୋଶୀ, ଫ୍ରେଣ୍ଡସ କ୍ଲବର ସଭାପତି ରାମକୃଷ୍ଣ ମହାନ୍ତି, ସଂପର୍କର ସଂପାଦକ ଗଣେଶ ଚନ୍ଦ୍ର ସ୍ଵାଇଁ ଓ ସାମାଜିକକର୍ମୀ ପ୍ରିୟ ରଂଜନ ରଥ ପ୍ରମୁଖ ଉପସ୍ଥିତ ଥିଲେ ।


